ବାଲିଗୁଡା ଠିକାଦାର ସଂଘ ପକ୍ଷରୁ ମାଆ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ

ବାଲିଗୁଡା : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଚଳ ଚଞ୍ଚଳ ବାଲିଗୁଡା ସହର ବାଲିଗୁଡା ର ବିଭିନ୍ନ ଶକ୍ତି ପୀଠ ରେ ମାଆ ଦୁର୍ଗା ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ବାଲିଗୁଡା ଠିକାଦାର ସଂଘ ପକ୍ଷରୁ ମହା ଆଡମ୍ବର ରେ ପୂଜା ଆରମ୍ଭ ହୋଇ ଯାଇଛି l
ଦୀର୍ଘ ଦଶ ବର୍ଷ ରୁ ଉର୍ଦ୍ଧ ହେବ ବାଲିଗୁଡା ବରାଳଦେବୀ ପୀଠରେ ଠିକାଦାର ସଂଘ ଯାକ ଯାକମ ରେ ପୂଜାର୍ଚ୍ଚନା କରି ଆସୁଥିଲେ ଏବଂ ମାଆ ବରାଳ ଦେବୀ ଙ୍କ ମନ୍ଦିର ନିର୍ମାଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଚଳିତ ବର୍ଷ ମାଆ ଙ୍କ ପୀଠ ରେ ଅନ୍ୟ ଏକ କମିଟି ନବରାତ୍ର କରୁଥିବାରୁ ବନ୍ଧସାହି ବାସିନ୍ଦା ଓ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ବନ୍ଧସାହି ରେ ନବରାତ୍ରୀ ପୂଜା ଆରମ୍ଭ କରିଛି ଠିକାଦାର ସଂଘ l କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ବ୍ଲକ ପ୍ରତିନିଧି ରଞ୍ଜିତ କୁମାର ସାହୁ, ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ଠିକାଦାର ସଂଘ ର ସଭାପତି ସ୍ଵପ୍ନେଶ୍ଵର ସାହୁ ପଦ୍ମ ଚରଣ ପାଣିଗ୍ରାହୀ, ଅଭୟ ପାତ୍ର, ଦିବାକର ସାହୁ, ପ୍ରକାଶ ନାୟକ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ନବରାତ୍ର ପୂଜା ଆରମ୍ଭ ହୋଇ ଯାଇଛି l ସକାଳୁ ସକାଳୁ ରୀତି ନୀତି ଅନୁଯାୟୀ ନିର୍ଜଳା ଉପବାସ ରେ ଏକାଗ୍ରତା ସହକାରେ ସ୍ଥାନୀୟ ଖଡ଼ଗ ନଦୀ କୁଳରେ ପୂଜାର୍ଚ୍ଚନl କରି 108 କଳସ ରେ ଜଳ ଅଣାଯାଇ ମାଆ ଙ୍କୁ ଆଵାହନ କରାଯାଇ ଥିଲା lନବ ଦିନlତ୍ମକ ପୂଜା ଆଜି ଆରମ୍ଭ ହୋଇଛି l
ପାରମ୍ପରିକ ବାଜା ଢୋଲ ନିଶାନ ମହୁରୀ ର ତାଳେ ତାଳେ ନଗର ପରିକ୍ରମା କରାଯାଇ ପୀଠ କୁ ନିଆଯାଇ ଥିଲା l କର୍ତ୍ତା ଭାବେ ସ୍ଵପ୍ନେଶ୍ଵର ସାହୁ ପରିଚାଳନା କରିଥିଲେ lନଅ ଦିନ ଧରି ଚାଲୁଥିବା ଏହି କାର୍ଯକ୍ରମ ରେ ମାଆ ବିଭିନ୍ନ ରୂପରେ ମାଆ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବେ l ମହାଷ୍ଟମୀ ପୂଜାଦିନ କମିଟି ପକ୍ଷରୁ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂଘ ପକ୍ଷରୁ କୁହା ଯାଇଛି l
What's Your Reaction?






