୧୧ ଶହ ୧ ଭବ୍ୟ କଳସ ଯାତ୍ରା, ମୋଟେର ଠାରେ ଦଶାବତାର ଦୁର୍ଗାପୂଜା ମହା ଆଡମ୍ବରରେ ଆରମ୍ଭ

Oct 3, 2024 - 21:50
 0  13
୧୧ ଶହ ୧ ଭବ୍ୟ କଳସ ଯାତ୍ରା, ମୋଟେର ଠାରେ ଦଶାବତାର ଦୁର୍ଗାପୂଜା ମହା ଆଡମ୍ବରରେ ଆରମ୍ଭ

କଳାହାଣ୍ଡି :ଲୋକ ଆବାଜ. ଇନ(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ )

ଏବେ ପାର୍ବଣ ଋତୁ ଧରା ପୃଷ୍ଠକୁ ଆସିଛି। ତା'ସହିତ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି।କଳାହାଣ୍ଡି କୋକସରା ବ୍ଲକ ମୋଟେର ଗ୍ରାମରେ ଚଳିତ ବର୍ଷ ଦଶାବତାର ଦୁର୍ଗା ପୂଜା ମହାସମାରୋହରେ ଆୟୋଜନ ହେଉଥିବା ବେଳେ ଗୁରୁବାର ସକାଳେ ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ଅଧିବାସ ଓ ୧୧ଶହ ୧ ଭବ୍ୟ କଳସ ଯାତ୍ରା ସହ ଦୁର୍ଗା ପୂଜା ଆରମ୍ଭ ହୋଇଛି। ଦୁର୍ଗା ପୂଜା କମିଟି ପକ୍ଷରୁ ମୁଖ୍ୟ ପୂଜା କର୍ତ୍ତା ରୋହନ ପାଟ୍ଟଯୋଷୀ ଓ ନିହାରିକା ପାଟ୍ଟଯୋଷୀ ସପତ୍ନୀକଙ୍କୁ ତାଙ୍କ ବାସଗୃହରୁ କମିଟି ପକ୍ଷରୁ ବାଟ ବରଣ କରିବା ସହ ଘଣ୍ଟ, ଶଙ୍ଖ ସଂକୀର୍ତ୍ତନ ଦଳର ସମାହାରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପୂଜା ମଣ୍ଡପକୁ ପାଛୋଟି ଆଣିଥିଲେ । ଦଶାବତାର ପୂଜାରେ ମୂଖ୍ୟ କର୍ତ୍ତାଙ୍କ ସମେତ ଅନ୍ୟ ୯ ଜଣ ସପତ୍ନୀକ କର୍ତ୍ତା ଭାବେ ରହିଛନ୍ତି ।କଳସ ଯାତ୍ରାରେ ଗ୍ରାମ ତଥା ଆଖ ପାଖ ଗାଁର ଶତାଧିକ ମହିଳା, ଯୁବତୀ ମାନେ ୧୧ଶହ ୧ କଳସ ଶୋଭାଯାତ୍ରାରେ ଗ୍ରାମ ନିକଟସ୍ଥ ମହାଦେବ ପୋଖରୀରୁ ପଣ୍ଡିତ ବୈଲୋଚନ ପଣ୍ଡାଙ୍କ ମନ୍ତ୍ର ଉଚ୍ଚାରଣ ପରେ ପବିତ୍ର ଜଳ କଳସରେ ନେଇ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଆଜିର କଳସ ଯାତ୍ରାରେ ସମସ୍ତ କର୍ତ୍ତା ସପତ୍ନୀକ ଉପସ୍ଥିତ ଥିବା ବେଳେ ପୂଜାକମିଟି ସଭାପତି ଦୁଷ୍ମନ୍ତ ପାଟ୍ଟଯୋଷୀ, ଉପ ସଭାପତି ପୁରୁଷୋତ୍ତମ ଝାଙ୍କର, ସମ୍ପାଦକ ଧର୍ମେନ୍ଦ୍ର ଦାସ, ସହ ସମ୍ପାଦକ ସୌମ୍ୟ ସରାଫ, କୋଷାଧ୍ୟକ୍ଷ ସୁଧାରାମ ସରାଫ ଓ ଅନ୍ୟ କର୍ମକର୍ତ୍ତା ମୋଟେର ଅଞ୍ଚଳର ଗ୍ରାମବାସୀ ମାନେ ଉପସ୍ଥିତ ରହି ମହା ଆଡମ୍ବରରେ ଦୁର୍ଗା ପୂଜା କଳସ ଯାତ୍ରାରେ ସହଯୋଗ କରିଥିଲେ। ମୋଟେର ଫାଣ୍ଡି ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆସନ୍ତା ୧୦ ଦିନ ଦଶାବତାର ଦୁର୍ଗା ପୂଜା ଅବସରରେ ଅନେକ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ନିଆଯାଇଛି।

What's Your Reaction?

like

dislike

love

funny

angry

sad

wow