ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ
ବାଲିଗୁଡା: ଲୋକ ଆବାଜ. ଇନ୍/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ପାଇକ ଖଣ୍ଡାୟତ ସମାଜ ଗଠନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ, ଶ୍ରୀ ଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜ କନ୍ଧମାଳ ର ନିର୍ଦ୍ଦେଶ କ୍ରମେ ବାଲିଗୁଡା ରେ କୁଳ ସମାଜ ଗଠନ ପାଇଁ ପ୍ରଥମ ବୈଠକ ମୃତ୍ୟୁଞ୍ଜୟ ପ୍ରଧାନୀ ଙ୍କ ଆବାହନ କ୍ରମେ ଜିଲ୍ଳା ସମ୍ପାଦକ ଶ୍ରୀକାନ୍ତ ଦଳ ବେହେରା ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି, ସ୍ଥାନୀୟ ମାଁ ବରାଳ ଦେବୀ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ଏହି ବୈଠକରେ ବାଲିଗୁଡା ସହର ର ପାଇକ ଖଣ୍ଡାୟତ ଭାଇ ବନ୍ଧୁ ଅଂଶ ଗ୍ରହଣ କରିଥିଲେ, ସଭାକାର୍ଯ୍ୟ ପ୍ରାରମ୍ଭ ରେ ନିଜ କୁଳ ସମାଜ ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ ପରେ ବୈଠକ କୁ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ l
ସମ୍ପାଦକ ଶ୍ରୀ ଶ୍ରୀକାନ୍ତ ଦଳ ବେହେରା ଉକ୍ତ ବୈଠକ ରେ ମହାସମ୍ମିଳନି ଆୟୋଜନ ପୂର୍ବକ ଯୁବଶକ୍ତି କୁ ସଂସ୍କାର ଶିକ୍ଷା,ନାରୀ ଶିକ୍ଷା,ପାରିବାରିକ ସର୍ଭେ ସମ୍ବନ୍ଧ ରେ ଆଲୋଚନା ହୋଇଥିଲା। ଆଗାମୀ ଜୁନ୍ 10 ତାରିଖ ରେ କମିଟି ଗଠନ, କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା,ଆସନ୍ତା ଜୁନ ଶେଷ ସପ୍ତାହ ରେ ବାରଖମା ରେ ପାଇକ ଖଣ୍ଡାୟତ ମହା ସମ୍ମିଳନି କରାଯିଵାପାଇଁ ସ୍ଥିର କରାଗଲା
What's Your Reaction?