ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ

ବାଲିଗୁଡା: ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ମହାସିଙ୍ଗ ପଥପାର୍ଶ୍ୱ କେନ୍ଦ୍ର ନିକଟରେ ବିଜେଡି ର 28 ତମ ପ୍ରତିଷ୍ଠା ଦିବସ ଆଡମ୍ବର ସହକାରେ ପାଳିତ ହୋଇଅଛି l ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ର ଏହି ପ୍ରତିଷ୍ଠା ଦିବସ ରେ ଯୋଗ ଦେଇଥିଲେ ବାଲିଗୁଡା ବିଧାୟକ ଚକ୍ରମଣି କହଁର l ପରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ ସାଧାରଣ ସଭା ରେ ଯୋଗ ଦେଇ ଅତିଥି ବୃନ୍ଦ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫୋଟଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ବିଜେଡି ର ଏହି ପ୍ରତିଷ୍ଠା ଦିବସ ରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବାଲିଗୁଡା, ତୁମୁଡିବନ୍ଧ, କ. ନୂଆଗାଁ ଓ କୋଟଗଡ଼ ବ୍ଲକ ର ହଜାର ରୁ ଉର୍ଧ୍ଵ ବିଜେଡି କର୍ମୀ ସାମିଲ ହୋଇଥିଲେ l ବିଜେଡି ର 27ବର୍ଷ ପୂର୍ତ୍ତି ଅବସରରେ ବିଜେଡି ପ୍ରତିଷ୍ଠା ଦିବସ ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ସମ୍ପର୍କ ଉପସ୍ଥିତ ବିଜେଡି କର୍ମୀ ଙ୍କ ଠାରେ ନିଜ ର ଉଦବୋଧନ ରଖିଥିଲେ ଉପସ୍ଥିତ ଅତିଥି ଗଣ l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦର୍ଶ ଓ ବିକାଶ କୁ ପାଥେୟ କରି ଆଗାମୀ ଦିନ ରେ ଦଳକୁ ମଜବୁତ କରିବା ସହିତ ବିରୋଧୀଦଳ ରେ ରହି ଲୋକଙ୍କ ସେବା କରିବାକୁ ପ୍ରତିଷ୍ଠା ଦିବସ ରେ ମତ ରଖି ଥିଲେ ନେତୃ ମଣ୍ଡଳୀ | ଏହି ପ୍ରତିଷ୍ଠା ଦିବସ ରେ ପୂର୍ବତନ ବିଧାୟକ ରାଜୀବ ପାତ୍ର,ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ, କ ନୂଆଗାଁ ବ୍ଲକ ସଭାପତି ଭାଗ୍ୟବାନ ବେହେରା, ବରିଷ୍ଟ ନେତା ସହଦେଵ ପାତ୍ର ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ବାଲିଗୁଡା ନଗର ସଭାପତି ଅବନୀକାନ୍ତ ନାୟକ, ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଦିଗାଲ ସମେତ ବିଜେଡି ଲୋକ ପ୍ରତିନିଧି ଓ ହଜାର ରୁ ଉର୍ଧ୍ଵ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ l
What's Your Reaction?






