ମନରେଗାର ମୋ ଉପକାରୀ ବଗିଚାରେ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ଭିତରେ ସରପଞ୍ଚଙ୍କୁ ତାଲା ପକାଇଲେ ବିଲାମାଳ ପଞ୍ଚାୟତ ଶତାଧିକ ମହିଳା

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା)
-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବିଲାମାଳ ପଞ୍ଚାୟତର ମନରେଗା ର ମୋ ଉପକାରୀ ବଗିଚା ର ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ନେଇ ଆଜି ଶତାଧିକ ମହିଳା ତୁମୁଡି଼ବନ୍ଧ ବ୍ଲକ କାର୍ଯ୍ୟାଳୟ କୁ ଆସି ବ୍ଲକ ଘେରାଉ କରିବା ସହ ବିଲା ମାଳ ସରପଞ୍ଚ ଙ୍କୁ ବ୍ଳକ କାର୍ଯଳୟ ଅଫିସ ଭିତରେ ତାଲା ପକାଇ ଥିବା ଦେଖିବା କୁ ମିଳିଛି।ଯାହାଫଳରେ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ ହୋଇ ଯାଇଛି | ସୂଚନା ଅନୁସାରେ ୨୨/୨୩ ଆର୍ଥିକ ବର୍ଷରେ ପଞ୍ଚାୟତକୁ ଏମ୍ ଜି ଏନ ଆର ଇ ଜି ଏସ ରେ ବିଲାମାଳ, ଧୂଡସି, ଖଡ଼ପଙ୍କା ଜି ପି ଏଲ ଏଫ ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ କୁ ୧୮୦ ଟି ମୋ ଉପକାରୀ ବଗିଚାର ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ।ଉକ୍ତ ପ୍ରକଳ୍ପ ଗୁଡ଼ିକ ବାବଦରେ କୌଣସି ସୂଚନା ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ ଙ୍କୁ ଜଣା ନ ଯାଇ ତାହା ପଞ୍ଚାୟତ ନିର୍ବାହୀ ଅଧିକାରୀ ଉକ୍ତ ପ୍ରକଳ୍ପ ଗୁଡ଼ିକ ର ପ୍ରାୟ ୩୦ ଲକ୍ଷ ଅର୍ଥ ଉଠାଇ ହଡ଼ପ ହୋଇଥିବା ସୂଚନା ପାଇଥିଲେ। ଏହା ପରେ ମହିଳା ସ୍ୱୟଂ ସହାୟକା ମାନେ ମୋ ଉପକାରୀ ବଗିଚା କରା ନ ଯାଇ କାହିଁକି ଅର୍ଥ ଆତ୍ମସାତ କରାଗଲା ବୋଲି ବିକ୍ଷୋଭ କରିବା ସହିତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ସରପଞ୍ଚଙ୍କୁ ବ୍ଳକ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଥିଲେ ଶତାଧିକ ମହିଳା ସ୍ୱୟଂଶହାୟକ ଗୋଷ୍ଟି |ଏହି ବାବଦରେ ପଂଚାୟତ ଫେଡରେଶନ ର ସଭାପତି ଦେବକୀ ବିଜୁଳି ସେଠ କହିଛନ୍ତି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରି ଆର୍ଥିକ ସ୍ଥିତି କୁ ସୁଦୃଢ଼ କରିବାପାଇଁ ସରକାର ଏହି ଯୋଜନା କରିଥିବା ବେଳେ ତାହା ହଡ଼ପ କରିବା ପାଇଁ ଦେବୁ ନାହିଁ ବୋଲି କହିବା ସହିତ ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।
What's Your Reaction?






