ବାଲିଗୁଡା ରେ ଧୁମ ଧାମରେ ପାଳନ ହେଲା କାନ୍ଦୁଲ ଭଜା ଭେଟଘାଟ l ଭେଟହେଲେ ଦୁଇରାଜା ଓ ଅଠର ମୁଠାମୁଖ୍ୟ

Mar 21, 2025 - 07:06
 0  83
ବାଲିଗୁଡା ରେ ଧୁମ ଧାମରେ ପାଳନ ହେଲା କାନ୍ଦୁଲ ଭଜା ଭେଟଘାଟ l ଭେଟହେଲେ ଦୁଇରାଜା ଓ ଅଠର ମୁଠାମୁଖ୍ୟ

ବାଲିଗୁଡା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)

                        ବାଲିଗୁଡା ର ଅଧିଷ୍ଠାତ୍ରୀ ଦେବୀ ମାଆ ପାଟ୍ଟଖଣ୍ଡା ଙ୍କ ପୀଠ ରେ ଧୁମ ଧାମରେ ପାଳିତ ହୋଇଯାଇଛି କାନ୍ଦୁଲ ଭଜା ଭେଟଘାଟ l ପଶ୍ଚିମ ଓଡିଶା ର ନୂଆଖାଇ ଭଳି କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ଉପଖଣ୍ଡ ରେ ଆଜକୁ ହଜାର ବର୍ଷ ରୁ ଉର୍ଦ୍ଧହେବ ପାରମ୍ପରିକ କାନ୍ଦୁଲ ଭଜାଯାତ୍ରା ପାଳନ ହେଉଥିବା ବେଳେ ଦୁଇବର୍ଷ ହେବ ମାଆ ପାଟ୍ଟଖଣ୍ଡl ଦୁର୍ଗା ପୂଜା ସମିତି ଦୁଇ ବର୍ଷହେବ ଏହି ଭେଟଘାଟ କାର୍ଯ୍ୟକ୍ରମ କରିଆସୁଛି l କାନ୍ଦୁଲ ଭଜା ଯାତ୍ରା ଏକ କୃଷି ଭିତ୍ତିକ ଗଣପର୍ବ ଅଟେ l ଏହି ଯାତ୍ରା ଫଗୁଣ ମାସ କୃଷ୍ଣ ପକ୍ଷରେ ପାଳିତ ହୁଏ l 

ଏହି କାନ୍ଦୁଲ୍ ଭଜା ଯାତ୍ରା ପୀଢ଼ି ପରେ ପୀଢ଼ି ମାଆ ପାଟ୍ଟ ଖଣ୍ଡା ଓ ବରାଳ ଦେଵୀ ପୀଠରେ ହୋଇଆସୁଛି ଏହା ମଧ୍ୟ ଗଣ ପର୍ବ ଭାବରେ ବିଦିତ l  ସର୍ବ ପ୍ରଥମେ ମହସିଂ ଗଡ଼ରେ କାନ୍ଦୁଲ ଯାତ୍ରା ପରେ ଅନ୍ୟ ଅଞ୍ଚଳ ରେ ଯାତ୍ରା ହେବାର ଵିଧି ରହିଛି, ଧରଣୀ ପେନୁ ଯାତ୍ରା ଶେଷ ହେଲା ପରେ ଏହି ଯାତ୍ରା  ଆୟୋଜିତ ହେବାର ପ୍ରଥା ରହିଛି,ପରମ୍ପାନୁଯାୟୀ ନୁଆଁ କାନ୍ଦୁଲ ଲ ଓ ଶିମ୍ବ ମଞ୍ଜି କୁ ଭାଜି ଲିଆ ଉଖୁଡା ନଡିଆ ଭୋଗ ସହିତ ବଣୁଆ ପଳlସ ଫୁଲ ଧାଧୁନ ଫୁଲ କୁ ପୂଜାର୍ଚ୍ଚନା କରି ମାଆ ଙ୍କୁ ଅର୍ପଣ କରାଯାଏ l ନୂଆ ବସ୍ତ୍ର ପରିଧାନ କରି ଭକ୍ତ ଓ ଶ୍ରଦ୍ଧାୁମାନେ ଏହି ପୂଜା ପରେ ଘରେ ସମସ୍ତେ ମିଳିମଶି ପ୍ରସାଦ ସେବନ କରନ୍ତି l ମାନସିକ ଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ପୀଠ ରେ ବୋଦା ଏବଂ ବରାଳଦେବୀ ଙ୍କ ନିକଟରେ କୁକୁଡ଼ା ମଧ୍ୟ ବଳୀ ଦିଅନ୍ତି l ଏହା ଏକ କୃଷଭିତ୍ତିକ ପର୍ବ ଅଟେ l ପୂର୍ବରୁ ମାଆ ପାଟ ଖଣ୍ଡା ଙ୍କୁ ଆଦିବାସୀ ମାନେ ପୁଜା କରୁଥିଲେ କାଳକ୍ରମେ ପାଇକ ଖଣ୍ଡାୟତ ଓ କ୍ଷତ୍ରିୟ ବଂଶ ଧର ପୂଜାର୍ଚ୍ଚନା କରି ଆସୁଛନ୍ତି lହଜାର ବର୍ଷ ରୁ ଉର୍ଦ୍ଧ ହେବ ଏହି ପାରମ୍ପରିକ ଯାତ୍ରା ହୋଇ ଆସୁଛି l ପ୍ରତ୍ୟେକ ବର୍ଷଭଳି ଚଳିତ ଫଗୁଣ ମାସ ମଙ୍ଗଳ ବାର ଦିନ ରେ ବାଲିଗୁଡା ରେ ପ୍ରଚଳିତ ରୀତିନୀତି ଅନୁସାରେ  ଯାତ୍ରା ଆୟୋଜିତ ହୋଇ ଯାଇଥିବା ବେଳେ ଗୁରୁବାର ଦିନ ମାଆ ପାଟ୍ଟଖଣ୍ଡା ଙ୍କ ନିକଟରେ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବାଲିଗୁଡା ପୁରୁଣା ସାହି ରାଜା ଅରୁଣ ପାତ୍ର ଓ ନୂଆସାହି ଯୁବରାଜ ପ୍ରଶାନ୍ତ ପାତ୍ର ଙ୍କ ସହିତ ଅଠର ଆଦିବାସୀ ମୁଠାମୁଖ୍ୟ ରାଜ ପୁରୋହିତ ଙ୍କ ପୂଜାର୍ଚ୍ଚନା ପରେ ପାଟ୍ଟପଟୁଆର ପାରମ୍ପରିକ ବାଦ୍ୟର ତାଳେ ତାଳେ ତାଳେ ହଜାର ହଜାର ପ୍ରଜା ଙ୍କୁ ଧରି ମାଆ ଙ୍କ ନିକଟରେ ପହଞ୍ଚିଥିଲେ l ଦୁଇରାଜା ଙ୍କୁ ଦୁର୍ଗାପୂଜା ସମିତି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ଏହାପରେ ଦୁଇ ରାଜା ମୁଠା ମୁଖ୍ୟ ଭେଟଘାଟ ହୋଇଥିଲେ - ମାଆ ଙ୍କୁ ଉଭୟ ରାଜା ଦର୍ଶନ ପରେ ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା l ମୁଖ୍ୟ ଅତିଥି ଭାବେ ବାଲିଗୁଡା ଡ଼ି, ଏଫ, ଓ ବିଶ୍ୱରାଜ ପଣ୍ଡା, ସଭାପତି ଲଳିତ ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ, ଲୋକନାଥ ପାଢ଼ୀ, ବିଚିତ୍ରା ନନ୍ଦ ଆଚାର୍ଯ୍ୟ, ଭୀମସେନ ବିନ୍ଧାଣୀ, ଉପସ୍ଥିତ ର ରହି ମାଆ ପାଟ୍ଟଖଣ୍ଡା ଙ୍କ ଐତିହାସିକ କିମ୍ବଦନ୍ତୀ କାନ୍ଦୁଲ ଭଜାଯାତ୍ରା ର ମହତ୍ୱ ଉପରେ ଆଲୋକପାତ କରିଥିଲେ l

 ଏହି ସର୍ବ ପ୍ରାଚୀନ କୃଷିଭିତ୍ତିକ ଗଣପର୍ବ କୁ ସରକାରୀ ଛୁଟି ଦିବସ ରୂପେ ପାଳନ କରିବା କୁ ଅଞ୍ଚଳବାସୀ ଦାବୀ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଡ଼ ସୁଶାନ୍ତ କୁମାର ଦାସ ପରିଚାଳନା କରିଥିବା ବେଳେ କୋଷାଧକ୍ଷ ଅଶୋକ କୁମାର ସାହୁ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow