ବାଲିଯୋରୀ ଅଏଁଲାବରା ଯାତ୍ରା ଉତ୍ସବ ଉଦଯାପିତ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତ ବାଲିଯୋରୀ ଖେଳ ପଡିଆ ଠାରେ ବରପଦର ବଉଲୀ କଲାପରିଷଦ ଦ୍ୱାରା ଆୟୋଜିତ ଅଏଁଲାବରା ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି |
ସ୍ଥାନୀୟ କନ୍ଧେନବୁଢ଼ୀ ପୀଠ ସହ ଗ୍ରାମର ଦେବଦେବୀ ଙ୍କ ପୀଠରେ ପୂଜା କରାଯାଇଥିଲା ଓ ବରୁଆ ଙ୍କ ଦେହରେ କାଳିସୀ ଲାଗିଥିଲା ଓ ଗ୍ରାମ ପରିକ୍ରମା କରିଥିଲେ |ସନ୍ଧ୍ୟାରେ ବଉଲି କଲାପରିଷଦ ଦ୍ୱାରା ଆୟୋଜିତ ସୁଧାଂଶୁ ଶେଖର ମହାକୁଡ଼ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସାଂସ୍କୃତିକ ସଭାରେ ସ୍ଥାନୀୟ ସରପଞ୍ଚ ପଞ୍ଚାନନ ସାହୁ, ଆଇନଜୀବୀ ରାଧାବଲ୍ଳଭ ପ୍ରଧାନ,ଫେକ୍ସ ସଭାପତି ସୁଧୀର କୁମାର ଖଟୁଆ, ସ୍ବେଛାସେବୀ ଶିତିକଣ୍ଠ ମିଶ୍ର, ଯୁବ କଂଗ୍ରେସ ନେତା ପ୍ରଶାନ୍ତ ସାହୁ ସହ ଅନ୍ୟ ମାନେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ |ପରେ କମିଟି ତରଫରୁ ସାମ୍ବାଦିକ ଦେବାଶିଷ ମଲିକ ଙ୍କୁ ସମ୍ମାନିତ କରାଯାଇଥିଲା |
ସଭା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦଣ୍ଡନୃତ୍ୟ ପରିବେଷଣ ହୋଇଥିଲା |ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଦର୍ଶକ ଙ୍କ ସମାଗମ ହୋଇଥିଲା |କାର୍ଯ୍ୟକ୍ରମ ପରିଚାଳନା ରେ କମିଟି ର ସଭାପତି ମାୟାଧର ବଗର୍ତ୍ତୀ, ସମ୍ପାଦକ ରାଜେଶ ମୁଦୁଲି ଓ ବଉଲି କଲାପରିଷଦ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ |
What's Your Reaction?






