ଅପ୍ରେଲ ୧୨ ରେ ସାତ ଶମ୍ଭୁ ମିଳନ: କାମନା ଦଣ୍ଡ ପରିଷଦ ଓ ଦଣ୍ଡ ପୀଠ ମୁଖିଆ ଙ୍କ ବୈଠକ

ମ,ରାମପୁର: ଲୋକ୍ ଆବାଜ୍. ଇନ୍ (ବ୍ୟୁରୋ):
ଆଗାମୀ ଅପ୍ରେଲ ୧୨ ତାରିଖ ରେ ହେବ ସାତ ଶମ୍ଭୁ ମିଳନ। ସାତଟି କାମନା ଦଣ୍ଡ ପୀଠ କୁ ନେଇ ସାତ ଶମ୍ଭୁ ମିଳନ କାର୍ଯ୍ୟକ୍ରମ ନେଇ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଓ କାମନା ଦଣ୍ଡ ପୀଠ ମୁଖିଆ ଙ୍କ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାମନା ଦଣ୍ଡ ଶୁମ୍ଭୁ ମିଳନ ପାଇଁ ପ୍ରସ୍ତୁତି ବୈଠକ ମ,ରାମପୁର ଗ୍ରାମ ପଞ୍ଚାୟତ ସଭା ଗୃହଠାରେ ଅନୁଷ୍ଠିତ ହୋଇ ଯାଇଛି । ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ସଭାପତି ରୁଦ୍ର ପ୍ରତାପ ସିଂହ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭା ରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ପୂର୍ବ ବର୍ଷ ଶମ୍ଭୁ ମିଳନ ର ବିବରଣୀ ପଠନ କରିଥିଲେ । ପରେ ଅନୁଷ୍ଠିତ ବୈଠକ ରେ ଚମରା ବଗର୍ତ୍ତୀ, ବନମାଳୀ ଦଣ୍ଡସେନା,ସତ୍ୟ ନାରାୟଣ ସାହୁ, ଶିବ ପ୍ରସାଦ ଶତପଥୀ, ଧନିଷ୍ଠ ଧଙ୍ଗଡାମାଝୀ, ନରେନ୍ଦ୍ର ମହାଖୁଡ, ପ୍ରତାପ ଚନ୍ଦ୍ର ମହାଖୁଡ,ବିଶ୍ଵ ମାହାର, ଲଳିତ ମୋହନ ସ୍ୱାଇଁ,ବିନୋଦ ମହାଖୁଡ଼, ଦ୍ରୋଣାଚାର୍ଯ୍ୟ ମାଝୀ, ଉପେନ୍ଦ୍ର ମହାଖୁଡ଼,ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଅପ୍ରେଲ ମାସ ୧୨ତାରିଖ ରେ ହେବାକୁ ଥିବା ସାତ ଶମ୍ଭୁ ମିଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ପ୍ରତିଟି କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ସମସ୍ତେ ମତବ୍ୟକ୍ତ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ହେମନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
What's Your Reaction?






