ବି ଡି ଓ ଅବିନାଶ ଲାକ୍ରାଙ୍କ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ

Sep 2, 2024 - 21:25
 0  13
ବି ଡି ଓ ଅବିନାଶ ଲାକ୍ରାଙ୍କ ଗାଁରେ ପ୍ରଶାସନ କାର୍ଯ୍ୟକ୍ରମ

ନୂଆପଡ଼ା: ଲୋକ୍ ଆବାଜ୍.ଇନ୍ (ରାମନାଥ ପଣ୍ଡା)
 ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ବି ଡି ଓ ଅବିନାଶ ଲାକ୍ରାଙ୍କ ଅଧ୍ୟକ୍ଷତାରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସମୁଦାୟ ୧୨ ଗୋଟି ଅଭିଯୋଗ ଆସିଥିଲା ।ଅଭିଯୋଗ ମାନ ହେଉଛି - ବାସଗୃହ,ଖାଉଟି କାର୍ଡ ଓ ଉନ୍ନତି ମୂଳକ କାର୍ଯ୍ୟ ।କିଛି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ ବି ଡି ଓ ଏବଂ ଅନ୍ୟ ଅଭିଯୋଗର ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ସରପଞ୍ଚ ଦମୟନ୍ତୀ ଦଣ୍ଡସେନା,ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୋଷ କୁମାରବେହେରା,ଯୋଗାଣ ନୀରିକ୍ଷକ ଅଲେଖ ଭୋଇ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରଞ୍ଜନ କୁମାର ହୋତା,ବି ଏସ ଏସ ଓ ରଜନୀ କାନ୍ତ ବହିଦାର,ବି ପି ଏମ ଶରତ ଚନ୍ଦ୍ର ଦୀପ,କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ନାୟକ,ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଦୁଷ୍ମନ୍ତ କୁମାର ନାଗ,ବି ପି ସି ଠଣ ସୁନ୍ଦର ଚଲାନ, ଏ ଡି ଇ ଓ ସୁରେଶ କୁମାର ନାଏକ,ପ୍ରାଣୀ ବିଭାଗ ଅଧିକାରୀ ବଳରାମ କାଣ୍ଡ, ସ୍ବେଚ୍ଛାସେବୀ ଗଙ୍ଗାରାମ ଦଣ୍ଡସେନା ଉପସ୍ଥିତ ରହି ଶୁଣାଣି ଉପରେ ସହଯୋଗ କରିଥିଲେ । ବିଭିନ୍ନ ବ୍ଲକ ମାନଙ୍କରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଯେଉଁ ସମୟରେ ଆରମ୍ଭ ହୋଇଥିଲା ସେତେବେଳେ ଶହ ଶହ ସଂଖ୍ୟାରେ ଅଭିଯୋଗ ଆସୁଥିଲା କିନ୍ତୁ ବର୍ତ୍ତମାନ ଅଭିଯୋଗ କମିବାରେ ଲାଗିଲାଣି ।

What's Your Reaction?

like

dislike

love

funny

angry

sad

wow