ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ!

Jul 11, 2025 - 20:15
 0  72
ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ!

କର୍ଲାମୁଣ୍ଡା୧୧/୭ ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)

 କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ସଦର ଠାରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥିଭାବେ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ,ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ, ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପବିତ୍ର ମୋହନ ପଶା ପ୍ରମୁଖ ଯୋଗ ଦେଇ ପରିବେଶ ସନ୍ତୁଳିତ ପାଇଁ ବୃକ୍ଷ ରୋପଣ ର ଆବଶ୍ୟକ ତା ଉପରେ ଛାତ୍ରୀ ଛାତ୍ର ମାନଙ୍କୁ ବୁଝେଇବା ସହ ବୃକ୍ଷ ରୋପଣ କରିଥିଲେ।ଏଥିରେ ନୋଡ଼ାଲ ସିଆରସିସି ପ୍ରସନ୍ନ କୁମାର ସାହୁ,ରେଙ୍ଗାଲି କ୍ଲସ୍ଟର ସିଆରସିସି ଉଜ୍ଜଳ କୁମାର ସାହୁ,କ୍ଲର୍କ ତ୍ରିଜ୍ୟୋତି ନିହାଲ,ଭୋଜ ରାଜ୍ ରଣା, କ୍ଷୀରୋଦ ବଡ଼ମାଲି,ସନ୍ତୋଷ କୁମାର ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ମିଶ୍ର, ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ର ଶିକ୍ଷକ ତେଜ ରାଜ୍ ସାହୁ,ହିମାଂଶୁ ଶେଖର ଭୋଇ, ଶିକ୍ଷୟିତ୍ରୀ ଶୋଭାବତୀ ସିକଚାନ୍ଦ, ବିଆରର୍ଟି ପ୍ରଦୀପ କୁମାର ବେହେରା ଙ୍କ ସମେତ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow