ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ରେ ଜାତୀୟ ସେବା ଦିବସ ପାଳିତ

Sep 26, 2024 - 14:22
 0  15
ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ରେ ଜାତୀୟ ସେବା ଦିବସ ପାଳିତ

ସୁବର୍ଣ୍ଣପୁର:ଲୋକ ଆବାଜ.ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ରେ ଜାତୀୟ ସେବା ଦିବସ ପାଳନ କରାଯାଇଛି l ଅଧ୍ୟକ୍ଷା ନଳିନୀ ପ୍ରଭା ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଇଁରାଜୀ ଅଧ୍ୟାପକ ମଧୁ ସୁଦନ ପୁଝାରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ l ପ୍ରୋଗ୍ରାମ ଅଫିସର ଅନୁପମା ମିଶ୍ର କାର୍ଯକ୍ରମ କୁ ପରିଚାଳନା କରିଥିବା ବେଳେ ପୁର୍ବତନ ପ୍ରୋଗ୍ରାମ ଅଫିସର ସରସ୍ଵତୀ ଦାସ ଓ ସ୍ନିଗ୍ଧା ଦାସ ବ୍ୟକ୍ତିତ୍ଵ ର ବିକାଶ ଓ ଗୋଷ୍ଠି ସେବା ରେ ନିୟୋଜିତ ହେବାକୁ ସେବା ରେ ସକ୍ରିୟ ରହିବାକୁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l

 ଏହି କାର୍ଯ୍ୟକ୍ରମ ରେ ଅର୍ଥନୀତି ଅଧ୍ୟାପିକା ନିଳୀମା ଗୁରୁ ଓ ଅନ୍ୟାନ୍ୟ ଟିଚିଂ ନନ୍ ଟିଚିଂ କର୍ମଚାରୀ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow