କଣ୍ଟାମାଳ -ତରଭା ସେତୁରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ସମେତ ବିଭିନ୍ନ ଦାବିରେ ରାସ୍ତାରୋକ

Mar 1, 2025 - 12:16
 0  8
କଣ୍ଟାମାଳ -ତରଭା ସେତୁରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ସମେତ ବିଭିନ୍ନ ଦାବିରେ ରାସ୍ତାରୋକ

୬ଘଣ୍ଟା ଭାରୀଯାନ ଚଳାଚଳ ଠପ,

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)

  ବୌଦ୍ଧ ଜିଲ୍ଲା କଣ୍ଟାମାଳ-ତରଭା ତେଲନଦୀ ସେତୁର ସଂଯୋଗୀକରଣ ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ସମେତ ବିଭିନ୍ନ ଦାବିକୁ ନେଇ ଆଜି କଣ୍ଟାମାଳ ତରଭା ସେତୁ ଠାରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୁଗୋଚ୍ଛା ପଞ୍ଚାୟତ ର ବନ୍ଧଖେଡା ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ରୋକ ଜରାଯାଇଥିଲା l ଏନେଇ ସମାଜସେବୀ ରବିନାରାୟଣ ସାହୁଓ ଡମ୍ବରୁଧର କହଁର ଙ୍କ ନେତୃତ୍ୱରେ ଆଜି ସକାଳ ୬ଘଣ୍ଟା ଠାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ଦୀର୍ଘ ୬ଘଣ୍ଟା ଧରି ରାସ୍ତା ରୋକ ଯୋଗୁଁ ବହୁ ଯାନବାହନ ଓ ଭାରୀଯାନ ସେତୁର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା l ଉକ୍ତ ରାସ୍ତାରେ କ୍ରମାଗତ ଭାବେ ଗାତ ସୃଷ୍ଟି ହେଉଥିବାବେଳେ ଏହା ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି l କଣ୍ଟାମାଳ ତରଭା ସେତୁର ସୋନପୁର ଜିଲ୍ଲା ତରଭା ଅଞ୍ଚଳରେ ରହିଛି ଏକାଧିକ କ୍ରସର l ଉକ୍ତ କ୍ରସର ଗୁଡ଼ିକରୁ ଦୈନିକ ଏକାଧିକ ଭାରୀଯାନ(ହାଇୱା ),ଟ୍ରଲର, ଟ୍ରାକ୍ଟର ମାଧ୍ୟମରେ ଶହ ଶହ ଟ୍ରିପ ଚିପ୍ସ,ବାଲି,ମେଟାଲ, ପଥର, କ୍ରସରଗୁଣ୍ଡ ଆଦି ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନକୁ ଏହି ରାସ୍ତାଦେଇ ପରିବହନ କରାଯାଉଛି l ରାସ୍ତାର କ୍ଷମତା ବାହାରେ ଭାରୀଯାନ ଯାତାୟାତ କରୁଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ବିଶେଷକରି ବୁଲାଣି ଗୁଡିକରେ ବଡ଼ ବଡ଼ ଖାଲଖମ ସୃଷ୍ଟି ହୋଇ ମାଟିରେ ମିଶିବାକୁ ବସିଥିବା ବେଳେ ଲୋକମାନଙ୍କ ପାଇଁ ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି l ତରଭା ଅଞ୍ଚଳରେ ଥିବା କ୍ରସର ଗୁଡିକ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାମ କରାଯାଇ ଉକ୍ତ ସେତୁ ରାସ୍ତା ଦେଇ ଭାରୀଯାନ ଯାତାୟାତ ବନ୍ଦ କରାଯିବା, ପ୍ରଶାସନ,ଜନସାଧାରଣ ଓ କ୍ରସର ମାଲିକ ଙ୍କ ମଧ୍ୟରେ ଆଲୋଚନା ରାସ୍ତାର ସ୍ଥାଇତ୍ୱ ସମ୍ପର୍କରେ ଏଗ୍ରିମେଣ୍ଟ କରାଯିବା ଓ ତରଭା କଣ୍ଟାମlଳ ଅlପ୍ରୋଚ ରାସ୍ତା ତୁରନ୍ତ ମରାମତି ଆଦି ଦାବି ନେଇ ଆନ୍ଦୋଳନକାରୀ ଙ୍କ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳ, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ସୁବର୍ଣ୍ଣପୁରଓ ବୌଦ୍ଧ ଜିଲ୍ଲା ପାଳ, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କିଛି ଶୁଣୁନଥିବା ଆନ୍ଦୋଳନ କାରି କହିଛନ୍ତି l ତରଭା ଅଞ୍ଚଳରେ ଥିବା କ୍ରସର ଗୁଡିକ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାମ ଲଗାଯାଇ ଯାଇ ଉକ୍ତ ସେତୁ ରାସ୍ତା ଦେଇ ଭାରୀଯାନ ଯାତାୟାତ ବନ୍ଦ କରା ନ ଗଲେ ରାସ୍ତା ନଷ୍ଟ ହେବ ବୋଲି ଅଞ୍ଚଳର ସମାଜସେବୀ ରବିନାରାୟଣ ସାହୁ, ଦମ୍ବରୁ ଧର କହଁର କହିଛନ୍ତି l ଆନ୍ଦୋଳନ ସ୍ଥାନ କୁ କମସରl ଥାନାଅଧିକାରୀ ପହଂଚି ବୁଝାସୁଜା ପରେ ଆନ୍ଦୋଳନକାରି ରାସ୍ତାରୁ ହଟିଥିଲେ l ଅପରପକ୍ଷରେ ପନ୍ଦର ଦିନ ମଧ୍ୟରେ କ୍ରସର ମାଲିକ -ପ୍ରଶାସନ ଓ ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ନ ହେଲେ ଏହି ରାସ୍ତା ଦେଇ ଭାରିଜାନ ଚଳାଇଦେବୁ ନାହିଁ ବୋଲି ଆନ୍ଦୋଳନ କାରି ମାନେ କହିଥିଲେ l

What's Your Reaction?

like

dislike

love

funny

angry

sad

wow