ବିଦ୍ୟୁତ ଆଘାତ ରେ ମା ପୁଅ ମୃତ୍ୟୁ :ଅଞ୍ଚଳ ରେ ଶୋକର ଛାୟା :
ବିଦ୍ୟୁତ୍ ଆଘାତ ରେ ମା ପୁଅ ମୃତ: ଅଞ୍ଚଳ ରେ ଶୋକ ର ଛାୟା
କଳାହାଣ୍ଡି: ଲୋକ୍ ଆବାଜ୍. ଇନ୍ ( ବ୍ୟୁରୋ):-
କଳାହାଣ୍ଡି ଜିଲ୍ଲା ମ,ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତ ର ଟୁର୍ଚି ( ଡଙ୍ଗର ପଡ଼ା ) ଠାରେ ଆଜି ସକାଳ ପ୍ରାୟ ନଅଟା ସମୟ ରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତ ରେ ମା ପୁଅ ଙ୍କ ମୃତ୍ୟୁ ଘଟିବା ଅଞ୍ଚଳ ରେ ଚର୍ଚା ର ବିଷୟ ପାଲଟିଛି । ସୂଚନା ମୁତାବକ ଆଜି ସକାଳ ପ୍ରାୟ ନଅଟା ସମୟ ରେ ମଗସିର ସୁନା ଙ୍କ ପତ୍ନୀ ସୁନାଫୁଲ ସୁନା(୬୨) ଓଦା କପଡ଼ା ଶୁଖେଇବାକୁ ଯାଇ ବିତ୍ୟୁତ୍ ସଂଯୋଗ ରେ ଆସିଥିଲେ, ମାଆ ଙ୍କୁ ଏଭଳି ଅବସ୍ଥା ରେ ଦେଖି ଜୀବନ ବଞ୍ଚାଇବାକୁ ପୁଅ ରବି ସୁନା(୩୫) ମଧ୍ୟ ବିଦ୍ୟୁତ୍ ଆଘାତ ର ଶିକାର ହେଇଥିଲେ । ଘଟଣା ସ୍ଥଳରେ ହିଁ ମା ପୁଅ ଙ୍କ ମୃତ୍ୟୁ ଘଟିଛି । ଏଇ ଘଟଣା ପରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । ଉଭୟ ମୃତ ଦେହ ଖବର ଲେଖା ଯିବା ପର୍ଯ୍ୟନ୍ତ ଉକ୍ତ ସ୍ଥାନ ରେ ହିଁ ପଡ଼ିଥିବା ସୂଚନା ମିଳିଛି ।
What's Your Reaction?






