ବିଭୂତିଭୂଷଣ ଆଚାର୍ଯ୍ୟ ବାଲିଗୁଡ଼ା ବ୍ଲକ୍ ରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ଆଜି ଫୁଲବାଣୀ ବନଖଣ୍ଡ ଅଧିକାରୀଙ୍କ କନ୍ଫରେନ୍ସ ହଲରେ ୨୦୨୪ ସକାଶେ ବାଲିଗୁଡ଼ା ବ୍ଲକ୍ ସକାଶେ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି। ଡିଏଫ୍ଓ ମୁଖ୍ୟ ଅତିଥି ଭାବେ ଏହି ସମ୍ମାନ ପ୍ରଦାନ ସହ ଚେକ୍ ପ୍ରଦାନ କରିଥିଲେ।୨୦୧୩ ମସିହାରେ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ଯୁବ ରେଡକ୍ରସ୍ କାଉନସେଲିଂ ୨୦୨୨ରୁ ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ୨୦୦୦ରୁ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଭାବରେ ମହାବିଦ୍ୟାଳୟ ପରିସରରେ ବହୁ ବୃକ୍ଷ ରୋପଣ କରିବାରେ ଅଗ୍ରଣୀ ଭୂମିକା ନେଉଛନ୍ତି। ଆଦିବାସୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ଡ଼ ସୁଶାନ୍ତ କୁମାର ଦାସ ହିମାଂଶୁ ଚରଣ ସାହୁ ଦୁଷ୍ମନ୍ତକୁମାର ଶବର ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ରକୁମାର ପଣ୍ଡା ବାଲିଗୁଡ଼ା ଡିଏଫ୍ଓ ବିଶ୍ଵରାଜ ପଣ୍ଡା ଅଭିନନ୍ଦନ ଓ ଶୁଭକାମନା ଜଣାଇଛନ୍ତି।
What's Your Reaction?






