ବାଲିଗୁଡା ବନଖଣ୍ଡ ର ବାଲିଗୁଡା ବନାଞ୍ଚଳ ଓ କ, ନୂଆଗାଁ ବନlଞ୍ଚଳ ରେ 76ତମ ବନମହୋତ୍ସବ ର ଅନ୍ତିମ ଦିବସ ରେ ମାଆ ଙ୍କ ପାଇଁ ଗଛ ଲଗାଇଲେ ଲୋକପ୍ରତିନିଧି l

Jul 11, 2025 - 20:42
 0  9
ବାଲିଗୁଡା ବନଖଣ୍ଡ ର ବାଲିଗୁଡା ବନାଞ୍ଚଳ ଓ କ, ନୂଆଗାଁ ବନlଞ୍ଚଳ ରେ 76ତମ ବନମହୋତ୍ସବ ର ଅନ୍ତିମ ଦିବସ ରେ ମାଆ ଙ୍କ ପାଇଁ ଗଛ ଲଗାଇଲେ ଲୋକପ୍ରତିନିଧି l

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବାଲିଗୁଡା ବନାଞ୍ଚଳ ର ଜକିକିଆ ଓ କ ନୂଆଗାଁ ବନାଞ୍ଚଳ ର ମହସିଂ ରେ 76ତମ ବନ ମହୋତ୍ସବ ଅବସରରେ ମାଆ ଙ୍କ ପାଇଁ ଗଛ ଲଗାଇଲେ ଲୋକପ୍ରତିନିଧି ଓ ବୃକ୍ଷ ପ୍ରେମୀ l ବାଲିଗୁଡା ରେ ବିଜେପି ର ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, କନ୍ଧମାଳ ସାଂସଦଙ୍କ ବାଲିଗୁଡା ନଗର ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଚରଣ ଦାସ ଙ୍କ ସମେତ ବିଜେପି ନେତ୍ରୁ ମଣ୍ଡଳୀ ମାଆ ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇଥିବା ବେଳେ କ. ନୂଆଗାଁ ବନାଞ୍ଚଳ ର ମହାସିଂ ବନାଞ୍ଚଳ ଗାଁ ରେ ଆୟୋଜିତ ବନ ମହୋତ୍ସବ ସପ୍ତାହ ର ଅନ୍ତିମ ଦିବସ ରେ ବାଲିଗୁଡ଼ା ଡି ଏଫ୍ ଓ ବିଶ୍ବରାଜ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନରେ ଆୟୋଜିତ ବନ ମହୋତ୍ସବ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ସୁଲୋଚନା ଦଳ

ବେହେରା, ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ ଏବଂ କଂଧମାଳ ଜିଲ୍ଲା ବାଲିଗୁଡ଼ା ଡିଭିଜନ ଅଞ୍ଚଳ ରେ ପୋଡୁ ଚାଷ ରୁ ନିବୃତ ରହି ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ ଆମନ୍ତ୍ରିତ ଅତିଥି ଗଣ l ବାଲିଗୁଡା ,ରେଞ୍ଜର ଡି ସୁବାଷ ଚନ୍ଦ୍ର ଫରେଷ୍ଟର ପ୍ରଭାତ କୁମାର ଦୋରା , କ. ନୂଆଗାଁ ରେଞ୍ଜର ରମାକାନ୍ତ କହଁର ଫରେଷ୍ଟର ସୁଶାନ୍ତ ବୈଶାଖୀ ସମେତ ସମସ୍ତ ବନ କର୍ମଚାରୀ , ମହିଳା ସଂଘ୍ ଉପସ୍ଥିତ ଥିଲେ l

What's Your Reaction?

like

dislike

love

funny

angry

sad

wow