କୁଟିଆ କନ୍ଧ ଜନଜାତି ମହିଳା ରଞ୍ଜିତା ଏକକାଳୀନ ଜନ୍ମଦେଲେ ତିନି ସନ୍ତାନ, କନ୍ଧମାଳରେ ଚର୍ଚ୍ଚା l

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତରେ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୁଟିଆ ଜନଜାତିର ଜଣେ ମହିଳା ରଂଜିତା ମାଝି (୨୬), ଦେଉଗାଡ଼ା ଗ୍ରାମର କଂସ ମାଝିଙ୍କ ସ୍ତ୍ରୀ, ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଭାବିକ ଭାବେ ଏକକାଳୀନ ତିନିଟି ସନ୍ତାନ (ପୁତ୍ର) ପ୍ରସବ କରିଛନ୍ତି। ସୂଚନା ଅନୁଯାୟୀ, ଗତ ରବିବାର ରଂଜିତାଙ୍କର ପ୍ରସବ ବେଦନା ଆରମ୍ଭ ହେବାରୁ ତାଙ୍କ ସ୍ୱାମୀ କଂସ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରସନ୍ନ କୁମାର ସୁନା ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିବା ବେଳେ ପ୍ରସବ ହୋଇଥିଲା। ଡାକ୍ତର ସୁନା ତୁରନ୍ତ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟଜ୍ୟୋତି କରଙ୍କୁ ଜଣାଇଥିଲେ। ଡାକ୍ତର କର ଫୋନ ଯୋଗେ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେଇ ତାଙ୍କ ତତ୍ତ୍ୱାବଧାନରେ ତିନିଟି ସନ୍ତାନଙ୍କୁ ସୁରକ୍ଷିତ ଭାବେ ପ୍ରସବ କରାଇବାରେ ସଫଳ ହୋଇଥିଲେ।
ବେଲଘର ପରି ଏକ ଦୁର୍ଗମ କୁଟିଆକନ୍ଧ ଅଞ୍ଚଳରେ ଡାକ୍ତର ସୁନା ଓ କରଙ୍କ ଉଦ୍ୟମ ଯୋଗୁଁ ମା ରଂଜିତା ଏବଂ ତିନି ନବଜାତ ଶିଶୁ ସୁସ୍ଥ ଅଛନ୍ତି। ଅଧିକ ଚିକିତ୍ସା ପାଇଁ ରଂଜିତା ଓ ତାଙ୍କ ତିନି ଶିଶୁଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ସ୍ୱତନ୍ତ୍ର ନବଜାତ ଶିଶୁ କେନ୍ଦ୍ରରେ ମା ଓ ତିନି ଶିଶୁଙ୍କୁ ରଖାଯାଇଛି। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରବଣ କୁମାର ସାହୁକାର କହିଛନ୍ତି ଯେ ମା ରଂଜିତା ଓ ତିନି ଶିଶୁ ପୁତ୍ର ସୁସ୍ଥ ଅଛନ୍ତି। ଏହା ରଂଜିତାଙ୍କର ଚତୁର୍ଥ ପ୍ରସବ ହୋଇଥିବା ବେଳେ ଜଣେ 8 ବର୍ଷର ପୁଅ ଓ 4 ବର୍ଷର ଝିଅ ଥିବା ସହିତ ତିନୋଟି ଶିଶୁ ପୁତ୍ର ସନ୍ତାନ କୁ ପାଇ ବେଶ୍ ଖୁସିଥିବା କହିଛନ୍ତି ଶିଶୁ ପୁତ୍ର ଙ୍କ ବାପା କଂସ ମାଝୀ l ଉପାନ୍ତ ଅଞ୍ଚଳ ରେ ନେଟୱର୍କ ବ୍ୟବସ୍ଥା ଥିବାରୁ ଫୋନ ଯୋଗେ ସବୁ କାମ ସମ୍ଭବ ହେଲା ଓ ସୁରକ୍ଷିତ ପ୍ରସବ କରାଇ ଥିବା ଡ଼ାକ୍ତର ଓ ନର୍ସ ତଥା ମେଡିକାଲ କର୍ମଚାରୀ ଙ୍କୁ ଉଚ୍ଚ ପ୍ରଶଂସା କହିଛନ୍ତି ଅଞ୍ଚଳବାସୀ l
What's Your Reaction?






