ବିଶ୍ଵ ହାତ ଧୁଆ ଦିବସ ପାଳିତ

Oct 15, 2024 - 18:36
 0  15
ବିଶ୍ଵ ହାତ ଧୁଆ ଦିବସ ପାଳିତ

କଣ୍ଟାମାଳ: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ଡେଟଲ ବନେଗା ସୁସ୍ଥ ଇଣ୍ଡିଆ ଅଭିଯାନ ଦ୍ଵାରା ବିଶ୍ବ ହାତ ଧୁଆ ଦିବସ ପାଳିତ ହେଇ ଯାଇଛି !

 ପଲ୍ଲୀଶ୍ରୀ ହାଇସ୍କୁଲ ଦପଲା ର ପ୍ରଧାନ ଶିକ୍ଷକ ରଙ୍ଗାଧର ଝାଙ୍କର ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଚିଦା ନନ୍ଦ ମହାକୁଡ଼ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ,! ଛାତ୍ର ଛାତ୍ରୀ ଙ୍କୁ ନେଇ ସାମୁହିକ ଭାବରେ ଏକା ସାଙ୍ଗରେ ହାତ ଧୁଆ ଦିବସ ପାଳନ କରିଥଲେ ,l ସୁମନ୍ କେ ପଦ୍ଧତି ଅବଲମ୍ବନ କରି ହାତ ଧୂଆ ଦିବସର ତାତ୍ପର୍ଯ୍ୟ, ଓ ଦୈନନ୍ଦିନ ଜୀବନରେ କିଭଳି ବ୍ୟକ୍ତିଗତ ସ୍ବଚ୍ଛତା,ସ୍କୁଲ, ପାଖ ପଡ଼ୋଶୀ, ଅସୁସ୍ଥତା ସମୟରେ ସ୍ବଚ୍ଛତା ଅବଲମ୍ବନ କରିବା ସେ ସଂପର୍କରେ ବିସ୍ତୃତ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝା ଯାଇଥିଲା l , ରେକିଟ୍ ଇଣ୍ଡିଆ ଓ ଅମର ଜ୍ୟୋତି ଯୁବକ ସଂଘର ମିଳିତ ପ୍ରୟାସରେ ଆୟୋଜିତ ଉକ୍ତ କାର୍ଯକ୍ରମରେ ରାଜ୍ୟ ପ୍ରକଳ୍ପ ସଂଯୋଜକ ନୀଳ ମାଧବ ଦିଗାଲ, ଜିଲ୍ଲା ସଂଯୋଜକ ମିତ୍ରଭାନୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ବ୍ଲକ୍ ସଂଯୋଜକ ରଂଜନ ପାତ୍ର କାର୍ଯକ୍ରମକୁ ସଂଯୋଜନା କରିଥିଲେ !ଶିକ୍ଷକ ବିକାଶ ସିଂ, ଚନ୍ଦନ ସିଂ, ସୋମ୍ୟରଞ୍ଜନ ମହାକୁଡ଼, ମନୋଜ ଚଉଳିଆ, ଷଷ୍ଠି କଳତା, ଫର୍ବର କୋଚିଂ ଇନଷ୍ଟିଚୂସନ ର ନିର୍ଦେଶକ ଦୟାନିଧି ମେଣ୍ଡିଲି ଓ ଅଞ୍ଚଲର ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow