କନ୍ଧମାଳ ରେ ଲଜ୍ୟା /ନାବାଳିକା ପ୍ରତି ବର୍ବରତା ଜଙ୍ଗଲ କୁ ଟେକି ନେଇ ଡ୍ରେସ ଚିରି କଲେ ଭିଡ଼ିଓ

Feb 3, 2026 - 21:20
 0  26
କନ୍ଧମାଳ ରେ ଲଜ୍ୟା /ନାବାଳିକା  ପ୍ରତି ବର୍ବରତା ଜଙ୍ଗଲ କୁ ଟେକି ନେଇ ଡ୍ରେସ ଚିରି କଲେ ଭିଡ଼ିଓ

ବାଲିଗୁଡା, (୦୩/୦୨) ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଂଚଳରେ ଚାଞ୍ଚଲ୍ୟ । ୧୪ ବର୍ଷର ନାବାଳିକାଙ୍କ ସହ ବର୍ବରତା |ନାବାଳିକାଙ୍କୁ ଅପହରଣ ପରେ ପ୍ରଥମେ ଶାରୀରିକ ସମ୍ପର୍କ ରଖୁବାକୁ ବାଧ୍ଯ କରିଥିଲେ ଦୁଇ ଜଣ ଯୁବକ । ନାବାଳିକା ପ୍ରତିବାଦ କରିବାରୁ ତାଙ୍କ ପୋଷାକ ଚିରି ଦେଇ ଭିଡ଼ିଓ ଉତ୍ତଳୋନ କରି ଭାଇରଲ କରିବାକୁ ଧମକ ଦେଇଥିଲେ । ପୁଣି ପ୍ରବଳ ମାଡ଼ ମାରି ପାଟିକୁ କପଡାରେ ବାନ୍ଧି ଜଙ୍ଗଲ ମଧ୍ୟରେ ଛାଡି ଦେଇ ଚାଲିଆସିଥିଲେ । ଜଙ୍ଗଲ ମଧ୍ୟରେ ହାତଗୋଡ଼ ବନ୍ଧା ଅବସ୍ଥାରେ ରାତି କାଟି ବହୁ କଷ୍ଟରେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣେଇଛନ୍ତି ନାବାଳିକା । ନାବାଳିକା ଜଣଙ୍କ ନାଳକୁ ଏକୁଟିଆ ଗାଧେଇବା ପାଇଁ ଯାଇଥିବା ବେଳେ । ଏହି କାଣ୍ଡ କରିଥିଲେ ସେହି ଗାଁ'ର ଦୁଇଜଣ ଅଭିଯୁକ୍ତ । ତେବେ ପରିବାର ଲୋକ ବେଲଘର ଥାନାରେ ଲିଖୂତ ଅଭିଯୋଗ ପରେ ବେଲଘର ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଘଟଣାରେ ଜଣେ ଯୁବକକୁ ଅଟକ ରଖୁଥ‌ିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ରହିଛି ।

What's Your Reaction?

like

dislike

love

funny

angry

sad

wow