ବୌଦ୍ଧ ଶିଶୁମଙ୍ଗଳ ସମିତି ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ।

Oct 31, 2024 - 08:15
 0  6
ବୌଦ୍ଧ ଶିଶୁମଙ୍ଗଳ ସମିତି ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ।

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକଅନ୍ତର୍ଗତ ଆମ୍ବଗାଁ ପଞ୍ଚାୟତ ସଭାଗୃହରେ ବୌଦ୍ଧ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାମୋଦର ସାହୁଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କ୍ୟାମ୍ପରେ ଘଣ୍ଟାପଡ଼ା ଜୋନର ୮ଟି ପଞ୍ଚାୟତରୁ ପ୍ରାୟ ୨୦୦ ଜଣ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ଉପସ୍ଥାପିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଶିଶୁ ମାନଙ୍କ ସକାଶେ ଉପଯୁକ୍ତ ଥଇଥାନ କରାଯିବାର ବ୍ୟବସ୍ଥା କରାଯିବବୋଲି କମିଟି ର ସଦସ୍ୟ ମାନେ ମତରଖିଥିଲେ ।

ଉକ୍ତ କ୍ୟାମ୍ପରେ ସଦସ୍ୟ ଶ୍ରୀଯୁକ୍ତ ରାଜୀବ କୁମାର ନାୟକ, ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ, ଶ୍ରୀମତୀ ପୁଷ୍ପିତା ପ୍ରଧାନ, ଚାଇଲ୍ଡ ହେଲ୍ପ ଲାଇନ ଯୁନିଟର ସଦସ୍ୟ, ଆନୁଷ୍ଠାନିକ ଯତ୍ନ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ମଲିକ, କଣ୍ଟାମାଳ ମହିଳା ଓ ଶିଶୁ ବିକାଶର ଅଧିକାରିଣୀ ପଙ୍କଜିନୀ ମିଶ୍ର, ଅଧିନସ୍ଥ ସୁପରଭାଇଜର, ଅଙ୍ଗନୱାଡି କର୍ମୀ, ଆମ୍ବଗାଁ ପଞ୍ଚାୟତର ସରପଞ୍ଚ ପ୍ରତିମା ରଣା, ଘଣ୍ଟାପଡ଼ା ଥାନା ଅଧିକାରୀ ନରସିଂହ ମହାପାତ୍ର, ଏସ୍‌ଆଇ ବିଶ୍ଵାମିତ୍ର ଲୋଇ ପ୍ରମୁଖ କ୍ୟାମ୍ପରେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow