ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ "ମାନସିକ ରୋଗର ଚିହ୍ନଟ ଓ ଚିକିତ୍ସା ପାଇଁ ସଚେତନତା ରଥ ର ଶୁଭାରମ୍ଭ

Dec 5, 2024 - 07:33
 0  12
ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ "ମାନସିକ ରୋଗର ଚିହ୍ନଟ ଓ ଚିକିତ୍ସା ପାଇଁ ସଚେତନତା ରଥ ର ଶୁଭାରମ୍ଭ

ସୋନପୁର: ଲୋକ ଆବାଜ୍.ଇନ୍(ମନୋରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ)

ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ "ମାନସିକ ରୋଗର ଚିକିତ୍ସା ପାଇଁ ସଚେତନତା ରଥ "ବାହାରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଅଧ୍ୟକ୍ଷ ଡାକ୍ତର. ରାମଶାଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା l ଆସନ୍ତା ତାରିଖ -୦୫/୧୨/୨୦୨୪ ଦିନ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମାନସିକ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବାପାଇଁ ଶିବିର ର ଆୟୋଜନ କରାଯାଇଛି l ଉକ୍ତ ଶିବିର ରେ ଭୀମଭୋଇ ମେଡିକାଲ କଲେଜ, ବଲାଙ୍ଗୀର ର ମାନସିକ ବିଶେଷଜ୍ଞ ଡାକ୍ତର. ଚେତୁରାମ ମେହେର ଙ୍କ ଦ୍ଵାରା ରୋଗ ଚିହ୍ନଟ ହୋଇ ଚିକିତ୍ସା ପ୍ରଦାନ କରାଯିବ l ଏହି ରଥ ପ୍ରତି ଗାଁକୁ ଗାଁ ବୁଲି ମାନସିକ ରୋଗ ର ଲକ୍ଷଣ ଓ ତାର ପ୍ରତିକାର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଲିଫଲେଟ ବଣ୍ଟନ କରି, ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନକରିବା ସୁ-ବ୍ୟବସ୍ଥା କରାଯାଇଛି l l ସମଗ୍ର କାର୍ଯ୍ୟକ୍ରମଟି ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂମ୍ପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଙ୍କ ଯୋଜନା ଏବଂ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ପ୍ରିୟରଞ୍ଜନ ସାହୁ ଙ୍କ ତତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ ଆକାଉଣ୍ଟ ପରିଚାଳକ ସୁଜିତ କୁମାର ସାହୁ, ଗୋଷ୍ଠୀ ତଥ୍ୟ ପରିଚାଳକ ରିଙ୍କୁ ପଧାନ, ସ୍ୱାସ୍ଥ୍ୟ ନଥିପତ୍ର ସହାୟକ ସୁଶାନ୍ତ ନାଏକ ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ,ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow