ଦେଶୀ ମଦ ପ୍ରସ୍ତୁତ ବେଳେ ମାଡି ବସିଲା ଅବକାରୀ ବିଭାଗ, ୨ ଅଭିଯୁକ୍ତ କୋର୍ଟ ଚାଲାଣ।

Mar 25, 2025 - 19:16
 0  181
ଦେଶୀ ମଦ ପ୍ରସ୍ତୁତ ବେଳେ ମାଡି ବସିଲା ଅବକାରୀ ବିଭାଗ, ୨ ଅଭିଯୁକ୍ତ କୋର୍ଟ ଚାଲାଣ।

ଧର୍ମଗଡ଼:୨୫/୦୩(ଲୋକ ଆବାଜ. ଇନ) ;ସନତ କୁମାର ପ୍ରଧାନୀଙ୍କ ରିପୋର୍ଟ

କଳାହାଣ୍ଡି ଜିଲ୍ଲା କୋକସରା ଅବକାରୀ ଥାନା ପକ୍ଷରୁ ମାରାଥନ ଚଢ଼ାଉ ଜାରି ରହିଛି। ଗତ ଦୁଇଦିନ ତଳେ କାଉଡୋଳା ଗ୍ରାମ ଓ ବୋବାରିଆ ଛକ ଢ଼ାବା ରୁ ବିପୁଳ ପରିମାଣରେ ଦେଶୀ ବିଦେଶୀ ମଦ ଜବତ କରି ୨ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ। ପୁଣି ମଙ୍ଗଳବାର ଅବକାରୀ ଆଇଆଇସି ସୁଧାଂଶୁ ମୁଣ୍ଡା ଙ୍କ ନେତୃତ୍ୱରେ କୁଳେରଗୁଡା ଗ୍ରାମ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ରେ ଚଢ଼ାଉ କରି ମହୁଲି ମଦ (ଆଇଡି) ପ୍ରସ୍ତୁତ ସମୟରେ କୁଳେରଗୁଡା ଗ୍ରାମର ସନ୍ତୋଷ ନାଏକ(୫୫)ଓ ଚିତ୍ତରଞ୍ଜନ ନାଏକ (୩୫) ଦୁଇଜଣ ଙ୍କୁ ଗିରଫ କରିବା ସହ ୩୦ ଲିଟର ହାତରନ୍ଧା ଦେଶୀ ମଦ ଜବତ କରାଯାଇଛି। ମଦ ପ୍ରସ୍ତୁତ ସାମଗ୍ରୀ ନଷ୍ଟ କରିବା ସହ ୨ ଅଭିଯୁକ୍ତ ଙ୍କୁ କୋକସରା ଅବକାରୀ ଥାନା କୁ ଆଣି ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ନେଇ କୋକସରା ଅବକାରୀ ଓଆଇସି ନରେନ୍ଦ୍ର ମିଞ୍ଜ ସୂଚନା ଦେଇଛନ୍ତି। ଏହି ଚଢ଼ାଉ ରେ କନେଷ୍ଟବଳ ଖୁଶିରାମ କଟା, ନିରଞ୍ଜନ ବେହେରା, କର୍ଣ୍ଣ ବାଗ ଓ ପ୍ରିୟମ୍ବଦା ଜେନା ପ୍ରମୂଖ ସାମିଲ ଥିଲେ।

What's Your Reaction?

like

dislike

love

funny

angry

sad

wow