ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ନିର୍ବାଚନି ସଭା
କର୍ଲାମୁଣ୍ଡା:(ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)
ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ନର୍ଲା ସବଡିଭିଜନ ସ୍ତରୀୟ ନିର୍ବାଚନୀ ସଭା ମ.ରାମପୁର ନିକଟସ୍ଥ ପାମ ବଗିଚା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁଗ୍ମସଂପାଦକ ଦୁର୍ଗାମାଧବ ପଣ୍ଡା ସଭାପତିତ୍ୱ କରିଥିବା ବେଳେ କଳାହାଣ୍ଡି ସର୍କଲ ସଂପାଦକ ନିଗମାନନ୍ଦ ଦାସ, କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଭ୍ୟ ଅଖିଳ କୁମାର ପାଣିଗ୍ରାହୀ, ଯୁଗ୍ମଡିଭିଜନ ସଂପାଦକ ମଣ୍ଟୁ ରଣା, ଆଲୋକ ଦାସ ଅତିଥି ଭାବେ ଯୋଗଦେଇ ଥିଲେ। ଡିଭିଜନ କାର୍ଯ୍ୟକାରୀ କମିଟି ସଭ୍ୟ ବାଞ୍ଛାବଟ ରଣା ଅତିଥି ପରିଚୟ ଓ ନର୍ଲା ସବଡିଭିଜନ ସଂପାଦକ ପ୍ରଭାସ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଏହି ସଭାରେ ୫ଟି ସେକସନ ରୁ ଶ୍ରମିକ କର୍ମଚାରୀ ମାନେ ଯୋଗଦେଇଥିଲେ। ଏଥିରେ ଶ୍ରମିକ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସେମାନଙ୍କ ସମସ୍ୟା ପ୍ରତିକାର ଓ ମୌଲିକ ସୁବିଧା ଯୋଗାଇଦେବାକୁ ଅତିଥି ମାନେ ପ୍ରତିଶୃତି ଦେଇଥିଲେ।
ଏହି ଅବସରରେ ୨୦୨୬ବର୍ଷ ପାଇଁ ଛତିଗୁଡା ସେକସନରୁ କୈଳାସ ରଣା, ବିଶ୍ୱନାଥପୁର ସେକସନ ରୁ ସତ୍ୟନାରାୟଣ ମହାପାତ୍ର, ମ.ରାମପୁର ସେକସନ ରୁ ପ୍ରତାପ ସାହୁ, ମଦନପୁର ସେକସନ ରୁ ଗଣେଶ୍ୱର ପଧାନ ଓ ନର୍ଲା ସବଡିଭିଜନ ସଂପାଦକ ଭାବେ ତିଳକ ପ୍ରସାଦ ସାହୁ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ। ସଂଘର ୬୩ତମ ରାଜ୍ୟସ୍ତରୀୟ ବାର୍ଷିକ ଅଧିବେସନ ଚଳିତ ଜାନୁଆରୀ ୨୦ ତାରିଖ ଠାରୁ ୨୨ତାରିଖ ଯାଏ ତିନିଦିନ ଧରି ରାୟଗଡା ଠାରେ ଅନୁଷ୍ଠିତ ହେଉଥିବାରୁ ବହୁସଂଖ୍ୟାରେ ସଭ୍ୟ ଯୋଗଦାନ ଦେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଶେଷରେ ପ୍ରଭାସ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?