ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ଯୋଜନା ପ୍ରସ୍ତୁତ ବୈଠକ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ (ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୁରୁବାର ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ କୁନି ସାହୁ ଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜାନୁୟାରୀ ମାସରେ ହେବାକୁ ଥିବା ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ପାଇଁ ଯୋଜନା ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଭାରପ୍ରାପ୍ତ ବିଡିଓ ସିଧେଶ୍ୱର ମେହେର,ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ତହସିଲଦାର ଅରୁଣ ବର୍ଗେ, ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ,କର୍ଲାମୁଣ୍ଡା କ ଯୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସରପଞ୍ଚ ସଂଘ ସଭାପତି ବରୁଣ ଛତ୍ରୀଆ,ସମିତି ସଂଘ ସଭାପତି ନିମାଇଁ ଚରଣ ବେହେରା,ଭାରପ୍ରାପ୍ତ ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୋହିତ ରଣା ଓ ଗୋପମଣୀ ସାହୁ , ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅରୁଣ ସାହୁ,କ୍ଳର୍କ ପ୍ରଦୀପ କୁମାର ମାଝୀ, ଅବସର ପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ପାଢ଼ୀ, ପବିତ୍ର ମୋହନ ପଶା, ରେଙ୍ଗାଲି ସିଆରସିସି ଉଜ୍ଜ୍ୱଳ କୁମାର ସାହୁ, ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ସେକ୍ସନ ଅଫିସର ଶିବା ନନ୍ଦ ପାତ୍ର, ଆଇସିଡିଏସ ସୁପର ଭାଇଜର କୁସୁମ ମଞ୍ଜରୀ ପଣ୍ଡା,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ସ୍ୱାଗତ କୁମାର ପାଣିଗ୍ରାହୀ, ଯନ୍ତ୍ରୀ ଅନୁସାୟା ଭଞ୍ଜ,ଫାଣ୍ଡି ଅଧିକାରୀ ଥବିର ବରିହା,ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରମୋଦ କୁମାର ପାତ୍ର, ସମାଜ ସେବୀ ପ୍ରଦୀପ କୁମାର ସାହୁ,ରିଷିଡା ସରପଞ୍ଚ ସେବତୀ ରଣା, ପୌରକେଲା ସରପଞ୍ଚ ଯଶୋସ୍ୱିନୀ ଧରୁଆ, ସାପଲହରା ସରପଞ୍ଚ ରାଜେଶ୍ୱରୀ ସେନାପତି,ରିଂଜା ସମିତି ସଭ୍ୟ ଆନନ୍ଦ ନାଗ,ସ. ମାଲପଡା ସମିତି ସଭ୍ୟ ଗୋଲାପ ଶଙ୍କର ସାହୁ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ନବୀନ କୁମାର ସାହୁ,ଗୋପବନ୍ଧୁ ସାହୁ ଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇ ଉତ୍ସବ ପାଳନ ର ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ ସହ ଯୋଜନା ପ୍ରସ୍ତୁତ କରିଥିଲେ।
What's Your Reaction?






