ଗଣେଶ୍ଵର ଉଚ୍ଚବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

ସୋନପୁର : ଲୋକ ଆବାଜ.ଇନ (ମନୋରଞ୍ଜନ ତ୍ରିପାଠୀ ) -
ଗତ ଦୁଇଦିନ ଧରି ଚାଲିଥିବା ଉଲୁଣ୍ଡା ବ୍ଲକ ପଞ୍ଚମହଲା ଗ୍ରାମ ର ଗଣେଶ୍ୱର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ୨୦୨୪-୨୫ ଗତକାଲି ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ର ଶାରିରୀକ ଶିକ୍ଷୟିତ୍ରୀ ଶର୍ମିଷ୍ଠା ମହାକୁର ଙ୍କ ନେତୃତ୍ବରେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ପ୍ରଥମେ ଗ୍ରାମରେ ଅଧିଷ୍ଠିତ ଶ୍ରୀ ଗଣେଶ୍ଵର ବାବା ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ମଶାଲ ଶୋଭାଯାତ୍ରା ରେ ବାହାରି ଗ୍ରାମ ପରିକ୍ରମା ସହ ପଡ଼ିଆରେ ପହଞ୍ଚିଥିଲେ।ପରେ ଆନୁଷ୍ଠାନିକ ଭାବରେ ଏହି କ୍ରୀଡା ସମାରୋହ ରେ ମୁଖ୍ୟ ଅତିଥିଭାବେ ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ହୃଦାନନ୍ଦ ପାଣ୍ଡିଆ ଯୋଗଦେଇ କ୍ରୀଡା ପତାକାକୁ ଉତ୍ତୋଳନ କରିଥିଲେ। ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ପୁରାତନ ଛାତ୍ର ସ୍ଵର୍ଗତ ଉରୁକ୍ରମ ପାଣ୍ଡିଆ (ସାମ୍ବାଦିକ )ଙ୍କ ସ୍ମୃତିରେ ଚଳିତ ବର୍ଷ ଚମ୍ପିୟାନ ହୋଇଥିବା ଦଶମ ଶ୍ରେଣୀ ର ଅନିଲ ବଗର୍ତ୍ତି ଓ ଅନିତା ସାହୁ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଉଦଯାପନୀ ଉତ୍ସବ ରେ ଶିକ୍ଷକ ରୋହିତ କୁମାର ଦଣ୍ଡସେନା ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ପ୍ରଧାନ ଶିକ୍ଷକ ଲାଲ ବାବୁ ସେଠୀ ଯୋଗଦେଇ ସମସ୍ତ ପ୍ରତିଯୋଗୀ ଓ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରି ବିଜୟୀ ପ୍ରତିଯୋଗୀ ଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଦିଲୀପ କୁମାର ସାହୁ, ବି.ସ୍ଵାତି ମୁଚ୍ୟମ ପାତ୍ର, ରୋହିତ କୁମାର ଦଣ୍ଡସେନା,ସୈ।ମିତ୍ରୀ ପାଢ଼ୀ ତଥା ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଦିଲୀପ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
What's Your Reaction?






