ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ....
Block level quiz competition

କର୍ଲାମୁଣ୍ଡା;ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ର ୩୫ ଟି ପ୍ରାଥମିକ ବିଦ୍ୟାଳୟ ରୁ ୩୫ ଜଣ ଛାତ୍ରୀ ଛାତ୍ର,୨୭ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୭ ଜଣ ଛାତ୍ରୀ ଛାତ୍ର, ୧୪ ଟି ଉଚ୍ଚ ବିଦ୍ୟାଳୟ ୨୮ ଜଣ ଛାତ୍ରୀ ଛାତ୍ର କୁଇଜ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ l ଉଦଘାଟନୀ ଉତ୍ସବ ରେ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ ଯୋଗ ଦେଇ ଉଦଘାଟନ କରିଥିଲେ।
ଏହି ଅବସରରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ ବିଚାରକ ଭାବେ ଶିକ୍ଷକ ଈଶ୍ୱର ମହାକୁର,ସଞ୍ଜୟ ଦାସ,କୁମାର ତରୁଣ ଗହୀର,ଆଶିଷ ମଲ୍ଲିକ,ସୁନିତା ପାତ୍ର, ନୂତନ ନନ୍ଦ,ସଂଜୀବ କୁମାର ନାଗ,ସମ୍ବିତ ରଥ ଶର୍ମା ରହିଥିବା ବେଳେ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗରୁଡ଼ ଧ୍ୱଜ ଗହୀର,ରିଷିଡା ସରକାରୀ ବାପୁଜି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦୀପ୍ତିମୟୀ ଦୋରା, ନୋଡାଲ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପ ମଣୀ ସାହୁ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରୀ ଛାତ୍ର ମାନଙ୍କୁ ମାନ ପତ୍ର,ଟ୍ରଫି ଓ କୁଇଜ ବହି ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ସଭା ରେ ସିଆରସିସି ଉଜ୍ଜ୍ୱଳ କୁମାର ସାହୁ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ରେ ନୋଡାଲ ସିଆରସିସି ପ୍ରସନ୍ନ କୁମାର ସାହୁ, ଗୋଷ୍ଠୀ ଶିକ୍ଷା ବିଭାଗ ର କର୍ମଚାରୀ ପ୍ରଫୁଲ୍ଲ କୁମାର ପାଠୀ, କ୍ଷୀରୋଦ ବଡମାଳି,ସିନିୟର କ୍ଳର୍କ ତ୍ରିଜ୍ୟୋତି ନିଆଲ,ଜୁନିୟର କ୍ଳର୍କ ଭୋଜରାଜ ରଣା , ଶିକ୍ଷକ ପପୁ କୁମାର, ସିଆରସିସି ହେମନ୍ତ କୁମାର ନାଏକ,ଯୁଗଳ ନାଗ,ପ୍ରଭା ରଞ୍ଜନ ବନଛୋର, ଟୁକୁନୁ କୁମାର,ମିଲାପ କୁମାର,ପ୍ରକାଶ ବିଶ୍ୱାଳ,ବୃନ୍ଦାବନ ରଣା, ସନ୍ତୋଷ କୁମାର ,ଉମାକାନ୍ତ ସାହୁ ରୋହିତ ସାହୁ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ
What's Your Reaction?






