ବ୍ଲକ ସ୍ତରୀୟ ପେନସନ ଭୋଗୀ କଳାକାର ସଂଘ ର ବାର୍ଷିକ ବୈଠକ

Jun 8, 2025 - 21:49
 0  31
ବ୍ଲକ ସ୍ତରୀୟ ପେନସନ ଭୋଗୀ କଳାକାର ସଂଘ ର ବାର୍ଷିକ ବୈଠକ

 କର୍ଲାମୁଣ୍ଡା:୮/୬(ଲୋକ ଆବାଜ. ଇନ/ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘ ର ବାର୍ଷିକ ବୈଠକ ଟକାରୁମାଲ ସ୍ଥିତ ଗିରିଗୋବର୍ଧନ ପୀଠ ରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କଳାକାର କ୍ଷୀର ସାଗର ସାହୁ ଙ୍କ ସଭାପତି ତ୍ୱ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପେନସନ ଭୋଗୀ କଳାକାର ସଂଘ ସଭାପତି ନାଟ୍ୟ ଭୂଷଣ ପ୍ରଦୀପ ଡି. ମାଝୀ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହ ସମ୍ପାଦକ କାନହୁ ଚରଣ ଗଉଡ଼, କର୍ଲାମୁଣ୍ଡା ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଭାଗୀରଥି ଷଡଙ୍ଗୀ ପ୍ରମୁଖ ଯୋଗ ଦେଇ କଳାକାର ସଂଘ ର ସଂଗଠନ କୁ ମଜବୂତ କରିବା ପାଇଁ ଆଲୋଚନା କରାଯାଇଥିଲା।ଏହି ଅବସରରେ ବ୍ଲକ ସ୍ତରୀୟ ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା।ଯହିଁ ରେ ସଭାପତି ଭାବେ ଦୀନ ବନ୍ଧୁ ସାହୁ,ଉପ ସଭାପତି କ୍ଷୀର ଶାଗର ସାହୁ,ସମ୍ପାଦକ ବିଶମ୍ବର ଭୋଇ,ସହ ସମ୍ପାଦକ ଶିଶିର ସାହୁ,କୋଷାଧ୍ୟକ୍ଷ ଲଷ୍ମୀ ପ୍ରସାଦ ସେଠ ପ୍ରମୁଖ ଚୟନ ହୋଇଥିଲେ। କାର୍ଯ୍ୟକ୍ରମ ରେ ସମ୍ପଦ ପାଣିଗ୍ରାହୀ, ଗୋପାଳ ବାରିକ,ସୈଲ୍ୟ ସାହୁ,ପଞ୍ଚାନନ ଜ୍ୟୋତିଷ ଓ ଅନ୍ୟ କଳାକାର ମାନେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow