ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ ହେଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ...

Dec 19, 2025 - 22:26
 0  17
ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ ହେଲେ ଜିଲ୍ଲାପାଳ ଡ. ନୃପରାଜ ସାହୁ...

ସୁବର୍ଣ୍ଣପୁର:ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ) 

ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ "ନିଉଜ୍ ମେକର୍ ଅଫ ଦି ଇୟର ୨୦୨୫" ଭାବେ କନକ ନିଉଜ ଚେନେଲ୍ ତରଫ ରୁ ସମ୍ବର୍ଧିତ ହୋଇଥିବା ଜଣାପଡିଛି l

ଭୁବନେଶ୍ୱର ହୋଟେଲ ପଲ୍ ହାଇଟ ସଭାଗୃହ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନକ ନିଉଜ, ସିଇଓ ଚେୟାରମେନ ସମ୍ବାଦ ତଥା କନକ ଗ୍ରୁପ ଶ୍ରୀମତୀ ତନୟା ପଟ୍ଟନାୟକ ଓ ସର୍ବ ଭାରତୀୟ ସ୍ତରର ଜର୍ଣାଲିଷ୍ଟ ଶିଲା ଭଟ୍ଟ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲାପାଳ ଡ଼.ସାହୁ ଙ୍କୁ ସମ୍ବର୍ଧିତ କରିଥିଲେ । ଏହା ସହିତ ଅନେକ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ମଧ୍ଯ ଏହି ସମ୍ବର୍ଧନା ଉତ୍ସବରେ ସାମିଲ ହୋଇଥିଲେ । ଆଜି ଏହି ଖବର ଜଣାପଡିବା ପରେ ସୁବର୍ଣ୍ଣପୁର ର ବିଭିନ୍ନ ସଙ୍ଗଠନ ତଥା ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା, ସ୍ଵଚ୍ଛ ଭାରତ ସଙ୍ଗଠନ, ଶ୍ରୀ ଗୋପାଳଜୀ ଯୋଗାଳୟ , ସୋନପୁର କଲେଜ ଏନସିସି, ଭାରତ ବିକାଶ ପରିଷଦ ସୋନପୁର , ଦିବ୍ୟଊର୍ଜା ଯୋଗ ସେବା ସମିତି ପ୍ରମୁଖ ଏବଂ ସହରର ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ବୁଦ୍ଧିଜିବୀ ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି l

What's Your Reaction?

like

dislike

love

funny

angry

sad

wow