ଭାଲୁମୁଣ୍ଡା ରେ ମଣ୍ଡଳ ସ୍ତରୀୟ ପଚାଶ ଘର ଖଡୁରା ସମାଜ ସମାବେଶ:

ଭାଲୁମୁଣ୍ଡା ରେ ମଣ୍ଡଳ ସ୍ତରୀୟ ପଚାଶ ଘର ଖଡୁରା ସମାଜ ସମାବେଶ :
ବଙ୍ଗୋମୁଣ୍ଡା: ଲୋକ୍ ଆଵାଜ୍.ଇନ୍(ହୁଲେଶ୍ଵର୍ ହଂସ)
ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଠାରେ ମଣ୍ଡଳ ସ୍ତରୀୟ ଖଡୁରା ସମାଜର ସମାବେଶ ଶ୍ୟାମ ସାହୁଙ୍କ ନେତୃତ୍ୱରେ ଓ ଭାଲୁମୁଣ୍ଡା ଖଡୁରା ସମାଜର ସଭାପତି ତପନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସମାଜର ନବ ନିର୍ମିତ ସାମାଜିକ ଗୃହ ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଅମୁଲ୍ୟ ପାତ୍ର କାଶିରି , ମୁଖ୍ୟ ବକ୍ତା ଭାବେ ସିନାପାଲି ବିଜୟ ସାହୁ ,ପପୁ ପାତ୍ର ଜିଲ୍ଲା ସଭାପତି,ସମ୍ମାନିତ ଅତିଥିଭାବେ ମିଳାପ ସାହୁ ,ବିଷ୍ଣୁ ପ୍ରସାଦ ସାହୁ,ବିପିନ ବିହାରୀ ସାହୁ ମଞ୍ଚାସିନ ଥିଲେ। ବିଜୟ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତି ତପନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମାଜର ସଂଗଠନ କୁ ସୁଦୃଢ଼ କରିବା ସହ ନାରୀ ଶିକ୍ଷା ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଥିଲେ ।ଭାଲୁମୁଣ୍ଡାର ପ୍ରଥମ ଥର ପାଇଁ ସମିତି ସଭ୍ୟ ଭାବରେ ବିଜୟ ହୋଇଥିବା ନାରୀ ନେତ୍ରୀ ମାନସି ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲାରୁ ସମାଜର ବିଭିନ୍ନ ନେତୃବୃନ୍ଦ ଓ ଖଡୁରା (ସାହୁ) ସମାଜର ପୁରୁଷ ମହିଳା ଉପସ୍ଥିତ ଥିଲେ। ବିଜୟ ସାହୁ,ବିନୟ ସାହୁ,ଅଗସ୍ତି ସାହୁ, ଯସବନ୍ତ ସାହୁ, ଚନ୍ଦନ ସାହୁ ତଥା ସମସ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ।
What's Your Reaction?






