ମଇଳା ଲାଗିଥିବା ମହାଦେବ ଙ୍କ ମୂର୍ତ୍ତି କୁ ନିଜ ହାତରେ ଘଷି ସଫା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ର

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡା କୁ ଦୁଇ ଦିନିଆ ଗସ୍ତ ରେ ଆସି ଆଜି ଦ୍ଵିତୀୟ ଦିନରେ ବାଲିଗୁଡା ଏନଏସି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ ସମୟରେ ନିଜ ହାତରେ ଶିବ ମୂର୍ତ୍ତି ସଫା କରିଥିଲେ ମନ୍ତ୍ରୀ l ବାଲିଗୁଡା ତ୍ରିବେଦୀ ପାର୍କ ପରିଦର୍ଶନ ସମୟରେ ସୌନ୍ଦର୍ଯ୍ୟକରଣ ନିମନ୍ତେ ପାର୍କ ରେ ଥିବା ଫାଇବର ନିର୍ମିତ ଶିବ ମୂର୍ତ୍ତି ରେ ମଇଳା ଲାଗିଥିବା ଦେଖି ନିଜେ ଅଟକି ଯିବା ସହ ମୂର୍ତ୍ତି କୁ ସଫା କରି ସ୍ୱଛତା ର ବାର୍ତ୍ତା ପ୍ରଦାନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ l ଏଥିସହ ବିଶ୍ୱ ପରିବେଷ ଦିବସ ଅବସରରେ ଗଛ ଲଗାଇ ମଧ୍ୟ ସଚେତନତା ର ବାର୍ତ୍ତା ବାଣ୍ଟିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର l ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ବାଲିଗୁଡା ଗସ୍ତ ରେ ଆସି ପ୍ରଥମ ଦିନରେ ଜିଲ୍ଲା ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଜିଲ୍ଲା ସ୍ତରୀୟ ସମୀକ୍ଷା କରିବା ପରେ ଆଜି ଦ୍ଵିତୀୟ ଦିନ ରେ ବାଲିଗୁଡା ଏନଏସି ର ବିଭିନ୍ନ ଅଂଚଳ ପରିଦର୍ଶନ କରି ଉନ୍ନୟନ ମୂଳକ କାର୍ଯ୍ୟ ର ଅଗ୍ରଗତି ଓ ତଦାରଖ କରିଥିଲେ ମନ୍ତ୍ରୀ l ବିଭିନ୍ନ ୱାର୍ଡ ଗସ୍ତ ସମୟରେ ରାସ୍ତା, ଡ୍ରେନେଜ ବ୍ୟବସ୍ଥା ର ସ୍ଥିତି ନିରୀକ୍ଷଣ କରିବା ସହ ବାଲିଗୁଡା ସହର ବାସୀ ଙ୍କୁ ଚବିଶି ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ପ୍ରାଥମିକତା ଦେବା ପାଇଁ ଏନଏସି କର୍ତ୍ତୃପକ୍ଷ ଙ୍କୁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର l ମନ୍ତ୍ରୀ ଙ୍କ ବିଭିନ୍ନ ୱାର୍ଡ ପରିଦର୍ଶନ ସମୟରେ ଫୁଲବାଣୀ ବିଧାୟକ ଉମା ଚରଣ ମଳିକ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି,ବାଲିଗୁଡା ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ,ବାଲିଗୁଡା ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ଉପସ୍ଥିତ ରହିଥିଲେ l
What's Your Reaction?






