*ମାଟୁପାଲି ଛକ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ୪ ମୃତ ୧ ଗୁରୁତର*- *ମୃତ ୩ କର୍ମଚାରୀ ଙ୍କ ପରିବାର କୁ ଟାଟା ପାୱାର ଗ୍ରୁପ ଇନ୍ସୁରେନ୍ସ ପକ୍ଷରୁ ୩୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ*-

Mar 27, 2025 - 20:17
 0  27
*ମାଟୁପାଲି ଛକ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ୪  ମୃତ ୧ ଗୁରୁତର*-  *ମୃତ ୩ କର୍ମଚାରୀ ଙ୍କ ପରିବାର କୁ ଟାଟା ପାୱାର ଗ୍ରୁପ ଇନ୍ସୁରେନ୍ସ ପକ୍ଷରୁ  ୩୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ*-

ସୁବର୍ଣ୍ଣପୁର ୨୭/୩(ଲୋକ ଆବାଜ. ଇନ, ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

  ଜିଲ୍ଲା ର ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିଲେ । ଖବର ଅନୁସାରେ ସୋନପୁର ପଟୁ ଦୃତ ଗତିରେ ଆସୁଥିବା ଏକ ହଇୱା ଗାଡ଼ି ଏବଂ ସିଣ୍ଡୋଲ ପଟରୁ ଆସୁଥିବା ଏକ ବୋଲେରୋ ମଧ୍ୟରେ ଜୋରଦାର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବୋଲେରୋ ରେ ଥିବା ଟି ପି ଡବ୍ଲୁ ଓ ଡି ଏଲ ର ୩ ଜଣଙ୍କ ମଧ୍ୟରୁ ୨ ଜଣ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିବାବେଳେ ପୁଣି ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ଆଜି ମୃତ୍ୟୁ ବରଣ କରି ଛନ୍ତି। ଏପରିକି ବୋଲେରୋକୁ ଧକ୍କା ଦେବା ପରେ ହାଇୱା ଟି ରାସ୍ତା କଡ଼ରେ ଓଲଟି ପଡିଥିଲା। ଯlଦ୍ୱାରା ହାଇୱାରେ ଥିବା ଡ଼୍ରାଇଭର ମଧ୍ୟ ଆଜି ମୃତ୍ୟୁ ବରଣ କରିଥିବା ବେଳେ ହେଲ୍ପର ଗୁରୁତର ଆହତ ହୋଇଛନ୍ତି। ମୃତକ ୪ ମଧ୍ୟରୁ ଟାଟା ପାୱାରର ୩ ଜଣ କର୍ମଚାରୀ ଓ ହାୱାଇ ଗାଡି ର ଜଣେ ଡ଼୍ରାଇଭର ବୋଲି ଜଣା ପଡିଛି। ଉଲୁଣ୍ଡା ଅଗ୍ନିଶମ ବିଭାଗ ସଦଳବଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଗୁରୁତର ବ୍ୟକ୍ତି ମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାକୁ ପଠାଇଛନ୍ତି । ଘଟଣା ସ୍ଥଳରେ ଉଲୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ବେସରକାରୀ ସଂସ୍ଥା ମାଲିକ ମାନେ ଏବେ ନିଜ ବ୍ୟବସାୟ ରେ ଲଗାଇ ଥିବା ଶହ ଶହ ଟ୍ରକ୍ ହାୱାଇ ଟ୍ରଲି ଭଳି ହେଭି ଗାଡି ଗୁଡ଼ିକ ରେ ଅତି କମ ବେତନ ରେ ଛୋଟ ପିଲା ମାନଙ୍କୁ ପୁଣି ବିନା ଲାଇସେନ୍ସ ରେ ନିୟୋଜିତ କରିଥିବା ଜଣା ଯାଇଛି l ଯେଉଁଥି ପାଇଁ କି ବଡ ବଡ ଦୁର୍ଘଟଣା ବଢିବାରେ ଓ ସାଧରଣ ଲୋକ ଙ୍କ ଧନ ଜୀଵନ ନଷ୍ଟ ହେଉଛି l କଡା କଡି ଯାଞ୍ଚ କରିବା ସହ ଏ ଦିଗରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ବାସୀ ଦାବୀ କରିଛନ୍ତି l ଟି ପି ଡ ବ୍ଲୁ ଓ ଡି ଏଲ ର ମୃତ ତିନି ଜଣ କର୍ମଚାରୀଙ୍କ ଶୋକ ସନ୍ତପ୍ତ ପରିବାର କୁ ଟାଟା ପାୱାର ବିଦ୍ୟୁତ୍ ବିଭାଗ କମ୍ପାନୀ ପକ୍ଷରୁ ୩୦ ଲକ୍ଷ ଟଙ୍କା ଲେଖାଏଁ ଗ୍ରୁପ ଇନ୍ସୁରେନ୍ସ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଖବର ମିଳିଛି

What's Your Reaction?

like

dislike

love

funny

angry

sad

wow