କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବେପାଉଆ ଗାଡ଼ି ଚାଳନା ଯୋଗୁଁ ଚାଲିଗଲା ଜଣକ ଜୀବନ ଦୁଇଜଣ ଗୁରୁତର ଥିବା ବେଳେ ଗୋଟିଏ କାର ଦୁଇଟି ବାଇକ୍ ଚୁର ମାର ହୋଇଥିବା ଜଣା ପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବ୍ରାହ୍ମଣୀଗାଁ ଧର୍ମ ସାହି ର ବଣ୍ଡାସା ମାଝୀ (ଜିରୀମିୟ ) (୬୨), ଆହତ ମାନେ ହେଲେ ବଣ୍ଡାବୁଡ଼ି ମାଝୀ (୫୦) ଓ ତାଙ୍କ ସ୍ଵାମୀ ପେଟା (ପିତର) ମାଝୀ (୫୫) , ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରଯାଇଥିବା ଜଣା ପଡ଼ିଛି।ଅନଳ ରଣସିଂ ଙ୍କର ହୁଣ୍ଡାଇ ଔରା କାର କୁ ଧକ୍କା ଦେଇଛି ମରେ ନ ମଳିକ ର ବାଇକ , କରୁଣାକର କାଡ୍ରାକା ର ଲୁନା ବାଇକ ଭାଙ୍ଗି ଚୁର ମାର ହୋଇଥିବା ଜଣା ପଡ଼ିଛି। ବ୍ରାହ୍ମଣୀଗାଁ ଥାନା ଆଇ ଆଇ ସି ହାଇବୁରୁ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଚଳାଇ ଥିବା ବେଳେ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରି ମୃତ ବ୍ୟକ୍ତି ତଥା ଆହାତ ବ୍ୟକ୍ତି ଓ ବାଇକ୍ ଓ କାର ର କ୍ଷତି ପୂରଣ ବାବଦ କୁ ୫୦ଲକ୍ଷ ଟଙ୍କା ଦାବି କରିଛନ୍ତି। ଏବଂ ଜିଲ୍ଲା ପ୍ରଶାସନ ଓ ଗାଡ଼ି ମାଲିକ ଆସି ସମାଧାନ ନ ହେବା ଯାଏଁ ଧାରଣା ରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ ସକାଳୁ ପ୍ରାୟ ୬ଟା ବେଳେ ପେଟା ମାଝୀ ଓ ତାଙ୍କ ସ୍ତ୍ରୀ ବଣ୍ଡା ବୁଡ଼ି ମାଝୀ ଚା ଦୋକାନ ଖୋଲି ଥିଲେ ବଣ୍ଡାସା ମାଝୀ ସେହି ଦୋକାନ କୁ ଚା ପିଇବାକୁ ଯାଇଥିଲେ ସେହି ସମୟରେ ସରାମୁଳୀ ରୁ ବ୍ରହ୍ମପୁର ଅଭିମୁଖେ ଯାଉ ଥିବା ଏକ ଘରୋଇ କମ୍ପାନୀ ବସ ପଦ୍ମାଳୟ ବସ ନଂ ଓଡ଼ି 0୭କେ ୮୯୬୫ ଦୃତ ଗତି ରେ ଆସି ଅନ୍ୟ ଏକ ବସ କୁ ଓଭର ଟେକ୍ କରିବା ସମୟରେ ପ୍ରଥମେ ସେଠାରେ ଥିବା ଏକ କାର୍ କୁ ଧକ୍କା ଦେଇ ଚା ଦୋକାନ ଆଡେ ମାଡି ଯାଇ ଥିଲା । ଚା ପିଇବାକୁ ଯାଇଥିବା ବଣ୍ଡାସା ମାଝୀ ଙ୍କ ଉପରକୁ ଗାଡ଼ି ଚଢ଼ି ଯାଇ ଥିଲା , ଘଟଣା ସ୍ଥାଳ ରେ ବଣ୍ଡା ସା ଙ୍କ ମୃତ୍ୟୁ ଘଟିଥିବା ବେଳେ ପେଟା ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ଥିବା ଜଣା ପଡି। ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ଥିବା ରୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ରେଫର୍ କରାଯାଇଛି l ଦୁର୍ଘଟଣା ନେଇ ସ୍ଥାନୀୟ ପୋଲିସ ତଦନ୍ତ କରୁଛି l
What's Your Reaction?