ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ପ୍ରଥମ ବର୍ଷ ଛାତ୍ରୀ ଛାତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

କଣ୍ଟାମାଳ: ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ସ୍ଥିତ ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜରେ ପୁରାତନ ଛାତ୍ରଛାତ୍ରୀମାନେ ନବାଗତ ପ୍ରଥମ ବର୍ଷର ଭାଇ ଭଉଣୀଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରିଥିଲେ ଏବଂ ସମ୍ବର୍ଦ୍ଧନା ପାଇଁ ଏକ ସମାରୋହର ଆୟୋଜନ କଲେଜ ସଭାଗୃହରେ ଆୟୋଜନ କରାଯାଇଥିଲା। ତୃତୀୟ ବର୍ଷର ଛାତ୍ର ନେତା ଶିବାଜୀ ଛତ୍ରପତି ଚୌହାନ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସ୍ଵାଗତ ସଭାରେ କଲେଜ ପରିଚାଳନା କମିଟୀର ସଭାପତି କାର୍ତ୍ତିକେଶ୍ଵର ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନରେ ଶୃଙ୍ଖଳିତ ରହି ଶିକ୍ଷାଗ୍ରହଣରେ ହିଁ ଜଣେ ଭଲ ଛାତ୍ର ହୋଇ ପାରିବ ବୋଲି ନବାଗତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ସେହିପରି ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ, ସଦସ୍ୟ ବିପିନ ଭୋଇ, ସଦସ୍ୟ ରସୁଲ ଖାଁ, ପ୍ରେମରାଜ ରଣା, କଲେଜ ଅଧ୍ୟକ୍ଷ ଗିରିଧର ଦେହୁରୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ଯୁଗରେ ଶିକ୍ଷାର ଗୁରୁତ୍ଵ ଏବଂ ସଦଉପଯୋଗ ଉପରେ ବକ୍ତବ୍ଯ ରଖିଥିଲେ ଏବଂ ସମସ୍ତେ ଶୃଙ୍ଖଳିତ ରହି ଶିକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଅଧ୍ୟାପକ ସୁବାସ ବାରିକ, ସୁନିଲ ଗୁରୁ, ରିଚପଲ ବଗର୍ତ୍ତୀ, ଟଙ୍କଧର କମ୍ପ, ଅଧ୍ୟାପିକାମଧୁସ୍ମିତା ଭୋଇ, ଗିତାଞ୍ଜଳି ରଣା, କବିତା ସାହୁ, ସ୍ଵାଗତିକା ମିଶ୍ର, ଦେବେନ୍ଦ୍ରନାଥ ରଣା, ଶ୍ରୀକାନ୍ତ ରଣା ଉପସ୍ଥିତ ରହି ନବାଗତଙ୍କୁ ଦିଗ ଦର୍ଶନ ଦେଇଥିଲେ। ସଭାପରେ ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଦ୍ଵିତୀୟ ବର୍ଷ ଛାତ୍ରୀ ନିକିତା ଦାସ ଅତିଥି ପରିଚୟ ଓ ଛାତ୍ରୀ ସରିତା ଗାଇଗୌରିଆ ମଞ୍ଚ ସଂଯୋଜନା କରିଥିବା ସ୍ଥଳେ ଛାତ୍ର ଶିଶିର ମହାକୁଡ଼ ଧନ୍ୟବାଦ ଦେଇଥିଲେ।କର୍ମଚାରୀ ନରେନ୍ଦ୍ର ମଲିକ, ପଞ୍ଚାନନ ଚୌହାନ, ସୁଦର୍ଶନ ନାଏକ, କ୍ଷୀରୋଦ୍ର ରଣା ଏବଂ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।
What's Your Reaction?






