ଯୁକ୍ତ ଦୁଇ ମହିଳା କଲେଜ ରେ ଏନ୍ ଏସ ଏସ ସପ୍ତାହ କାର୍ଯ୍ଯକ୍ରମ ଉଦଯାପିତ

ସୋନପୁର : ଲୋକ ଆବାଜ.ଇନ (ମନୋରଞ୍ଜନ ତ୍ରିପାଠୀ ) -
ଆଜି ବିଜୁ ପଟ୍ଟନାୟକ ଯୁକ୍ତ ଦୁଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ୍ ଠାରେ ଏନ୍ ଏସ ଏସ ସେବା ଶିବିର ସପ୍ତାହ ପାଳନ ଉଦଯାପିତ ହୋଇଯାଇଛି l ଗତ ୧୧ ତାରିଖ ରୁ ୧୭ ତାରିଖ ଯାଏ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଯାହା ଶିକ୍ଷା ଲାଭ ଓ ଅଭିଜ୍ଞତା ହାସଲ କରିଛନ୍ତି ଛାତ୍ରୀ ମାନେ ତାହା ଜୀବନ ର ବ୍ରତ ଭାବେ ପାଳନ କରିବାକୁ ସଂକଳ୍ପ ନେବାକୁ ଏହି ଉତ୍ସବ ର ଅତିଥି ଜିଲ୍ଲା ରେଡକ୍ରସ୍ କୋଡି ନେଟର ଶ୍ରୀ ଉମାକାନ୍ତ ନାଗ ପରାମର୍ଶ କରିଥିଲେ l ଅଧ୍ୟକ୍ଷା ନଳିନୀ ପ୍ରଭା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଶ୍ରୀ ନାଗ ସ୍ବେଛାସେବୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ପ୍ରଥମ ତିନି ଦିନ ଧରି ଏହି କାର୍ଯ୍ୟକ୍ରମ ରେ ସ୍ଵଚ୍ଛତା, ରକ୍ତଦାନ , ବୃକ୍ଷ ରୋପଣ, ଏଡ୍ସ ସଚେତନତା ଓ ଶିଶୁ ଯୌନ ନିର୍ଯାତନା ଉପରେ ଏ କ୍ଷେତ୍ର ରେ କାମ କରୁଥିବା ସାଧନ କର୍ମୀ ମାନଙ୍କ ଦ୍ଵାରା ଛାତ୍ରୀ ଙ୍କୁ ସଚେତନ କରାଇଥିବା ବେଳେ ଅନ୍ୟାନ୍ୟ ଦିବସ ରେ ପରିବେଶ ସୁରକ୍ଷା, ଲିଙ୍ଗଗତ ସଚେତନତା, ପଲିଥିନ ମୁକ୍ତ, ସବୁଜ ଗାଁ , ପ୍ରୌଢ଼ ସାକ୍ଷରତା, ସାମାଜିକ ସୁରକ୍ଷା ଉପରେ ସଚେତନତା ସଭା ଓ ରାଲି ଅନୁଷ୍ଟିତ ହୋଇଥିଲା l ଚତୁର୍ଥ ଦିନ ରେ ଏସ ବି ଆଇ ର ଏଫ୍ ଆଇ ସି ଦିଲ୍ଲୀପ ମିଶ୍ର ଙ୍କ ଦ୍ଵାରା ଆର୍ଥିକ ସାକ୍ଷରତା ଉପରେ ସଚେତନତା ଅଭିଯାନ କରଯାଇଛି l ପଞ୍ଚମ ଦିବସ ରେ ପ୍ରାଥମିକ ଚିକିତ୍ସା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ କଦୋ ଦର ମା ମାହେଶ୍ୱରୀ କଲେଜ୍ ର ଅଧ୍ୟାପକ ଉଦ୍ଧବ ପଧାନ l ଷଷ୍ଠ ଦିନରେ କାଉନସିଲ ପ୍ରୋଗ୍ରାମ ଅଫିସର ଡ଼କ୍ଟର ବିଶ୍ବ ନାଥ ଜେନା, ଜିଲ୍ଲା ପ୍ରୋଗ୍ରାମ ଅଫିସର ଡ଼କ୍ଟର ମନୋରଞ୍ଜନ ଘଡାଇ ଏହି ଶିବିର କୁ ପରିଦର୍ଶନ କରି ଜାତୀୟ ସେବା, କମୁନିଟି ସର୍ଭିସ୍ ଓ ସ୍କିଲ୍ ଡଭଲପମେଣ୍ଟ ଉପରେ ଗୁରୁତ୍ବl ରୋପ କରିଥଲେ l ଆଜିର ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ଇଂରାଜୀ ଅଧ୍ୟାପକ ମଧୁ ସୁଦନ ପୁଝାରୀ, ଅଧ୍ୟାପକ ଦୁର୍ବାସା ସାହୁ, ଅଧ୍ୟାପିକା ନୀନା ମିଶ୍ର, ନିଳୀମା ଗୁରୁ, ଅନୁପମା ମିଶ୍ର ଯୋଗ ଦେଇ ସହଯୋଗ କରିଥିବା ବେଳେ ଏନ୍ ଏସ ଏସ ପ୍ରୋଗ୍ରାମ ଅଫିସର ସରସ୍ଵତୀ ଦାଶ ସଭା ସଂଯୋଜନl ଓ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି ସ୍ୱେଚ୍ଛାସେବୀ ମାନେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ରେ ଯୋଗ ଦେଇ ଶୃଙ୍ଖଳା ର ସେବା ଦାୟିତ୍ୱ ବହନ କରିଥିଲେ l ଉତ୍ସବ ଆରମ୍ଭ ରୁ ବିଭିନ୍ନ ଦିବସ ରେ ବରିଷ୍ଠ ଆଡଭୋକେଟ ପ୍ରଦୀପ ପୁରୋହିତ, ହିମାଂଶୁ ଭୁଷଣ ନାୟକ, ଉମାକାନ୍ତ ନାଗ, ଓ ମନୋରଞ୍ଜନ ତ୍ରୀପାଠୀ ସାଧନ କର୍ମୀ ଓ ଅତିଥି ଭାବରେ ଡିବେଟ କାର୍ଯକ୍ରମ ରେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ବିଭିନ୍ନ କ୍ଷେତ୍ର ରେ ପରାମର୍ଶ କରିଥିଲେ l
What's Your Reaction?






