ଗୋଷ୍ଠୀ ଜଙ୍ଗଲ ପରିଚାଳନା - ଜିଲ୍ଲା ସ୍ତରୀୟ ମହିଳା ନେତ୍ରୀଙ୍କ ପ୍ରଶିକ୍ଷଣ
ନୂଆପଡ଼ା - ଲୋକ ଆବାଜ.ଇନ(ରାମନାଥ ପଣ୍ଡାଙ୍କ ରିପୋର୍ଟ)
ଏଫ୍ ଇ ଏସ ସହାୟତାରେ ନୂଆପଡ଼ା ଜିଲ୍ଲା "ୟାର" ଅନୁଷ୍ଠାନ ଆନୁକୁଲ୍ୟରେ ୟାର ଅନୁଷ୍ଠାନର ତାଲିମ କେନ୍ଦ୍ର ଖରୀଆର ଠାରେ ତା ୨୦-୧-୨୦୨୬ ରୁ ତା ୨୨-୧-୨୦୨୬ ଯାଏଁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ମହିଳା ନେତ୍ରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଫ୍ ଇ ଏସ ରୁ ବିରଞ୍ଚି ନାରାୟଣ ପାଇକରାୟ ଏହି ପ୍ରଶିକ୍ଷଣରେ ଯୋଗଦାନ କରିଥିଲେ । ୟାର ଅନୁଷ୍ଠାନ ସଭାପତି ମହେନ୍ଦ୍ର କୁମାର ଯୋଶୀ,ସମ୍ପାଦକ ହରିଦାସ ପଟେଲ,ସାଧନା କର୍ମୀ ରୂପେ ବିରେନ୍ଦ୍ର ଧରୁଆ ଏବଂ ରାମନାଥ ପଣ୍ଡା ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ ।ତାଲିମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି - ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟି ର ମହିଳା ନେତ୍ରୀଙ୍କୁ ସେମାନଙ୍କୁ ଜଙ୍ଗଲ ସମ୍ବଳ ପରିଚାଳନା ଯୋଜନା ଏବଂ ଏହାର କାର୍ଯ୍ୟକାରିତା ପାଇଁ ନେତୃତ୍ୱ ନେବା ନିମନ୍ତେ ସଶକ୍ତ କରିବା ।୫୦ ଜଣ ମହିଳାଙ୍କୁ ଏହି ତିନି ଦିନର ପ୍ରଶିକ୍ଷଣ ରେ ଜଙ୍ଗଲ ସଂରକ୍ଷଣ ଓ ଏହାର ଚିରନ୍ତନ ବ୍ୟବହାର ସମ୍ବନ୍ଧିତ ମହିଳା ମାନଙ୍କର ପାରମ୍ପରିକ ଜ୍ଞାନ,ସଂରକ୍ଷଣ ପ୍ରୟାସକୁ ଆଗକୁ ବଢ଼ାଇବାରେ ମହିଳାଙ୍କ ଭୂମିକା,ଜଙ୍ଗଲ ସମ୍ବଳ ପରିଚାଳନା ରେ ମହିଳା ନେତୃତ୍ବର ଭୂମିକା,ନିଷ୍ପତ୍ତି ଗ୍ରହଣ ସଂସ୍ଥାସବୁରେ ମହିଳାମାନଙ୍କର ସହଭାଗିତା,ମହିଳା ମାନଙ୍କର ସହଭାଗିତାକୁ ଆନୁଷ୍ଠାନିକ କରିବା ନିମନ୍ତେ ରଣନୀତି,ଗ୍ରାମ ସଭା ମହାସଂଘ ଏବଂ ସେଥିରେ ମହିଳାମାନଙ୍କ ଭୂମିକା, ସୁମନି ଝୋଡ଼ିଆଙ୍କ ଭଳି ଅନେକ ନାରୀ ନେତୃତ୍ଵର ପରିଶ୍ରମର ଉଦାହରଣ ଉପସ୍ଥାପନ,ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟି ଓ ସେଥିରେ ୫୦ ଭାଗ ମହିଳାଙ୍କୁ ସ୍ଥାନ ଦେବା ସହ ବିଭିନ୍ନ ପଦବୀ ପ୍ରଦାନ,ଏହି କମିଟି ରେ ମହିଳାଙ୍କ ଦାୟୀତ୍ୱ,ପରିଚାଳନା କମିଟିରେ ମହିଳାଙ୍କ ପାଇଁ ଆହ୍ଵାନ ଏବଂ ଆହ୍ଵାନ ଗୁଡ଼ିକୁ ଦୂର କରିବା ପାଇଁ ରଣନୀତି,ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ଯୋଜନା ପ୍ରସ୍ତୁତି ଓ ଏହାର କାର୍ଯ୍ୟକାରିତା,ମହିଳାଙ୍କ ସ୍ୱର ଦ୍ଵାରା ଯୋଜନାର ଗୁଣମାନ ବୃଦ୍ଧି,ମହିଳା କେନ୍ଦ୍ରିକ ପରିଚାଳନା ଢାଞ୍ଚା,ଗ୍ରାମ ଗୋଷ୍ଠୀ ମାନଙ୍କର ଜୀବିକାକୁ ପ୍ରଭାବିତ କରୁଥିବା ସମସ୍ୟା ଗୁଡ଼ିକ ଉପରେ କାର୍ଯ୍ୟ କରିବା ଇତ୍ୟାଦି ଦିଗରେ ବିଭିନ୍ନ ଅଧିବେଶନ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିଲା ।ତାଲିମ ସମୟରେ ଦଳଗତ କାର୍ଯ୍ୟ ଓ ଆଲୋଚନା ଏବଂ ଉପସ୍ଥାପନ,ବିଭିନ୍ନ ଭୂମିକାରେ ଅଭିନୟ ମାଧ୍ୟମରେ ଉପସ୍ଥାପନ,ପାରସ୍ପରିକ ଆଲୋଚନା ଏବଂ ଉପସ୍ଥାପନା, ମହିଳାଙ୍କ ଆଲୋଚନା ଏବଂ ପ୍ରତିଫଳନ ଭଳି ଉପସ୍ଥାପନ କରିବା ଦ୍ୱାରା ପ୍ରଶିକ୍ଷଣ ଟି ଆହୁରି ଚିତ୍ତାକର୍ଷକ ହୋଇଥିଲା ।ଅନ୍ତିମ ଦିବସର ଅନ୍ତିମ କାଲାଂଶରେ ଆଗାମୀ ଦିନରେ ଆମର ଯୋଜନା କ'ଣ ହେବା ଆବଶ୍ୟକ ତା'ରି ଉପରେ ଯୋଜନା ପ୍ରସ୍ତୁତ କରାଯାଇ ଥିଲା ।ୟାର ଅନୁଷ୍ଠାନର ଅରୁଣ ବିଶ୍ଵାଳ, ହୋଲିତା ପଟେଲଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ପ୍ରତ୍ୟେକ ଦିଗରେ ସହଯୋଗ କରିଥିଲେ ।
What's Your Reaction?