ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ରେ ସମ୍ମାନୀତ ହେବେ ବଞ୍ଜାରା ସମ୍ପ୍ରଦାୟ ଯୁବକ ଗୋପାଳ ନାଏକ
କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ମୁଡିଙ୍ଗ ପଞ୍ଚାୟତ ମସ୍କଦାଣ୍ଡି ଗ୍ରାମର ବଞ୍ଜାରା ସମ୍ପ୍ରଦାୟ ର ଯୁବକ ଗୋପାଳ ନାଏକ ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ପୁରସ୍କୃତ ହେବାକୁ ଥିବା ଜଣାପଡିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। କଳାହାଣ୍ଡି ଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା ୧୭୬ ,୨୨/୧/୨୦୨୬ ଅନୁସାରେ ଗୋପାଳ ଭୁବନେଶ୍ୱର ଠାରେ ଆସନ୍ତା ଫେବୃଆରୀ ୫ ତାରିଖ ରାଜ୍ୟ ସ୍ତରୀୟ ଆଦିବାସୀ ମେଳାରେ ସମ୍ମାନିତ ହେବେ।ଗୋପାଳ ନାଏକ ମସ୍କାଦାଣ୍ଡି ଗ୍ରାମର କୃଷ୍ଣ ଚନ୍ଦ୍ର ନାଏକ ଓ କୁନ୍ତୀ ନାଏକ ଙ୍କ ମଧ୍ୟମ ପୁତ୍ର ତଥା ମୁଡ଼ିଙ୍ଗ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଟଙ୍କ ଧର ନାଏକ ଙ୍କ ଭାଇ।ସେ ଜିଲ୍ଳା ରେ ସଂକୃତିକ ତଥା ଲୋକ କଳା ର ପ୍ରଚାର ପ୍ରଶାରେ ସେ ଜଣା ଶୁଣା, ନୂଆପଡା ଠାରୁ ସଂଗୀତ ଶିଖି ଅଂଚଳ ରେ ବେଶ ପରିଚିତ। ପୂର୍ବରୁ ଦୁଇ ଥର ଅଯୋଧ୍ୟା ରୁ ନିମଂତ୍ରଣ ପାଇଁ ରାମ ସୀତା ବିବାହରେ ନିଜର କଳା ପ୍ରଦର୍ଶନ କରି ଆସିଛନ୍ତି ସେ ଓ ତାଙ୍କ ଦଳ। କେସିଙ୍ଗା ବୃନ୍ଦାବନ ସଂସ୍କୃତିକ ଅନୁଷ୍ଠାନ ଜଣେ ସକ୍ରିୟ କଳାକାର ।
What's Your Reaction?