ସମ୍ବାଦ-ଆମଓଡିଶା ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା ସଂପନ୍ନ

Sep 15, 2024 - 21:51
 0  45
ସମ୍ବାଦ-ଆମଓଡିଶା ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା ସଂପନ୍ନ
ସମ୍ବାଦ-ଆମଓଡିଶା ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା ସଂପନ୍ନ

କର୍ଲାମୁଣ୍ଡା ୧୫/୯: ଲୋକ ଆବଜ୍.ଇନ୍(ବ୍ୟୁରୋ)

 ସମ୍ବାଦ-ଆମଓଡିଶା ପକ୍ଷରୁ ଆଜି ରାଜ୍ୟବ୍ୟାପି ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । କର୍ଲାମୁଣ୍ଡା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରିଷିଡା ସ୍ଥିତ ସରସ୍ୱତୀଶିଶୁମନ୍ଦିରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁବ ସମାଜସେବୀ ସୁନୀଲ କେଡିଆ ମୁଖ୍ୟଅତିଥି, ‘ଖ’ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ, କର୍ଲାମୁଣ୍ଡା ପ୍ରେସକ୍ଲବ ସଭାପତି ନରୋତ୍ତମ ସେଲମା, ଶିଶୁମନ୍ଦିର ପରିଚାଳନା କମିଟି ସଭାପତି ନୈମିଚାନ୍ଦ ଜୈନ, ପ୍ରଧାନଚାର୍ଯ୍ୟ ମହେନ୍ଦ୍ର ବାରିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।

ସମ୍ବାଦ ବ୍ଲକ ପ୍ରତିନିଧି ଭଜଶ୍ୟାମ ସାହୁ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଚାର୍ଯ୍ୟ ବାସୁଦେବ ସେଲମା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଚାରକ ଭାବେ ରିଷିଡା ଜଗନ୍ନାଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ଗଦାଧର ପଧାନ, ଜେ.କେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଗିରୀରାଜ ଗହୀର, ଚିତ୍ରଶିଳ୍ପୀ ତଥା ଶିକ୍ଷକ ପିତାମ୍ବର ସା, କପିଳାସ ରଣା, ଫିରୋଜ ପୁଟେଲ, ପ୍ରଦୀପ କୁମାର ଜେନା, ରଶ୍ମୀରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ ପ୍ରମୁଖ ଯୋଗଦେଇଥିଲେ । ଭାଷାଜ୍ଞାନ ଓ ପ୍ରବନ୍ଧ ପ୍ରତି ଯୋଗୀତାରେ ତେରେସିଂହା ହାଇସ୍କୁଲର ଡଲି ବଗର୍ତ୍ତୀ, ରିଞ୍ଜା ହାଇସ୍କୁଲ ର ଜ୍ୟୋର୍ତିମୟୀ ସାହୁ ଦ୍ୱିତୀୟ, ଓଏଭି ରେଗଡାର ସ୍ୱର୍ଣ୍ଣିମ ସଂସ୍କାର ରଣା ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଚତ୍ରାଙ୍କନ ପ୍ରତି ଯୋଗୀତାରେ ସରସ୍ୱତୀଶିଶୁବିଦ୍ୟାମନ୍ଦିର ରିଷିଡାର ସୁଧାଂଶୁ ଗହୀର ପ୍ରଥମ, ଶୁଭେନ୍ଦୁ ସ୍ୱର୍ଣ୍ଣିମ ପାତ୍ର ଦ୍ୱିତୀୟ ଓ କିଡ୍ସ ୱାଲଡ ଇଂଲିଶ ମିଡିୟମ ସ୍କୁଲ, କର୍ଲାମୁଣ୍ଡାର ପରିଶ୍ରୀ କମ୍ପ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶିଶୁମନ୍ଦିର ପ୍ରଦୀପ ପଧାନ, କୁବେର ନାଗ, ପ୍ରଶ୍ନ ସାହୁ, ପରିକ୍ଷୀତ ନାଗ, ଲାଲୁ ନନ୍ଦ, ରଞ୍ଜନ ଗୁରୁ, ସରୋଜ ଗହୀର, ଦେବେନ୍ଦ୍ର ମହାନନ୍ଦ, ଝୁନିରାଣୀ ସାହୁ, ଝିଲିରାଣୀ ବାଗ, ଜ୍ୟୋର୍ତିମୟୀ ରଣା, ବିଳାସିନୀ ରଣା, ରୁବି ସାହୁ, ରାଜେଶ୍ୱରୀ ମହାନନ୍ଦ, କବିତା ରଣା, ସୁରେଶ ଭୋଇ ଓ ଶଙ୍କର ଭୋଇ ପ୍ରମୁଖ ସହଯୋଗ ଓ ପରିଚାଳନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow