ଲର୍କା ଠାରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ

ନୂଆପଡା:ଲୋକ. ଆବାଜ୍. ଇନ୍(ରାମନାଥ ପଣ୍ଡା)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲର୍କା ପଞ୍ଚାୟତରେ ବି ଡି ଓ ସୁଶାନ୍ତ କୁମାର ରଣାଙ୍କ ଅଧ୍ୟକ୍ଷତାରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ସରପଞ୍ଚ ଜୟଶ୍ରୀ ପଟେଲ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ରତିକାନ୍ତ ବାଲମୁଚୁ ,ଏ ପି ଓ ରବି ନାରାୟଣ ରାଉତ,ଜି ପି ଡି ଓ ଭୀଷ୍ମ କୁମାର, ଯୋଗାଣ ନୀରିକ୍ଷକ ଆଲୋକ କୁମାର ପାତ୍ର, ବି ପି ସି ଜ୍ୟୋତି ରଞ୍ଜନ ପଣ୍ଡା,ବି ଏସ ଏସ ଓ ହିତେଶ କୁମାର ଆଡବାହି,ସି ଆର୍ ସି ସି ଶୁଭେନ୍ଦୁ ଯୋଶୀ,କୃଷି ଅଧିକାରୀ ଭୋଜରାଜ ପଟେଲ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଯଜ୍ଞ ଭାରତୀ ମାଝୀ, ଏ ଡି ଇ ଓ ପବିତ୍ର କଶ୍ୟପ, ପ୍ରାଣୀ ଚିକିତ୍ସା ବିଶେଷଜ୍ଞ କଳ୍ପନା ମଙ୍ଗରାଜ,ମହିଳା ପରି ଦର୍ଷିକା ଅହଲ୍ୟା ଜଗତ,ରାଜସ୍ବ ନୀରିକ୍ଷକ ପୂଜାରୀ ବି ଏଫ୍ ଟି ଟିକନୁ ତାଣ୍ଡି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ସମୁଦାୟ ଆଠଟି ଲିଖିତ ଅଭିଯୋଗ ଆସିଥିଲା, କିଛି ଅଭିଯୋଗର ତୁରନ୍ତ ସମାଧାନ ହୋଇଛି ଏବଂ ଅନ୍ୟ ଅଭିଯୋଗ ଗୁଡ଼ିକର ସମାଧାନ କରିବାକୁ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।ଆଜି ଏହି ଶିବିରରେ ଅତି ନିରୀହ ବିଧବା ମହିଳା ସୁମିତ୍ରା ପଟ୍ଟନାୟକଙ୍କୁ ତିନି ମାସର ବିଧବା ଭତ୍ତା ପ୍ରଦାନ କରିଛନ୍ତି ସରପଂଚ ଜୟଶ୍ରୀ ପଟେଲ । ମହିଳାଙ୍କୁ ତୁରନ୍ତ ସରକାରୀ ଯୋଜନା ମାଧ୍ୟମରେ ଘର ତିଆରି କରିବାକୁ ସରକାରୀ ଜମି ଯୋଗାଇଦେବାକୁ ରାଜସ୍ବ ନିରୀକ୍ଷକଙ୍କୁ ବି ଡ଼ି ଓ ଙ୍କ ନିର୍ଦ୍ଦେଶ ।
What's Your Reaction?






