ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରି ର ୧୫ତମ ପ୍ରତିଷ୍ଠା ଦିବସ ପାଳିତ

Oct 18, 2024 - 07:23
 0  35
ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରି ର ୧୫ତମ ପ୍ରତିଷ୍ଠା ଦିବସ ପାଳିତ

ବାଲିଗୁଡା:ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 :କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଅଞ୍ଚଳ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରି ର ୧୫ ତମ ପ୍ରତିଷ୍ଠା ଦିବସ ପାଳିତ। ଏହି ଅନୁଷ୍ଠାନ ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗ୍ରାମରେ ଆଜକୁ ପ୍ରାୟ ୧୫ ବର୍ଷ ହେବ ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରି ନାମକ ଏକ ସଂସ୍ଥା କାମ କରି ଆସୁଅଛି। ଗରିବ ଅସହାୟ ଅନାଥ ପିଲାମାନଙ୍କୁ ଥଇଥାନ କରି ଉଚ୍ଚ ଶିକ୍ଷିତ କରି ଆତ୍ମନିର୍ଭରଶୀଳ କରିବା ଏହି ଅନୁଷ୍ଠାନାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।ଏହି ଅନୁଷ୍ଠାନ ମାଧ୍ୟମରେ ଅନେକ ଗରିବ ଅସହାୟ ଲୋକମାନେ ଉପକୃତ ହେଉଛନ୍ତି। ୧୫ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠାନ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାକାର୍ଯ୍ୟ ପ୍ରାରମ୍ଭ ରୁ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ,ପରେ ଅନୁଷ୍ଠାନର ପରିଚାଳକ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଏହି ଅବସରରେ ଗ୍ରାମରେ ଥିବା ବିଧବା ମା ମାନଙ୍କୁ କିଛି ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଅନୁଷ୍ଠାନାର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଅନୁଷ୍ଠାନର ସଭାପତି ଆମୋସ ନାୟକ ସଭା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ପରିଚାଳକ ବିକ୍ରମ ଦିଗାଲ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟିର ସଦସ୍ୟ ସମେତ ଗ୍ରାମର ସମାଜସେବୀ, ବୁଦ୍ଧିଜୀବି,ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଅନୁଷ୍ଠାନ ର ଏହି ମହାନତା କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି l

What's Your Reaction?

like

dislike

love

funny

angry

sad

wow