ସନ୍ଦେହଜନକ ଭାବେ ବାଥ ରୁମ ରୁ ଯୁବତୀ ର ମୃତ ଶରୀର ଉଦ୍ଧାର

Oct 18, 2024 - 07:05
 0  370
ସନ୍ଦେହଜନକ ଭାବେ ବାଥ ରୁମ ରୁ ଯୁବତୀ ର ମୃତ ଶରୀର ଉଦ୍ଧାର

ବାଲିଗୁଡା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

  :ସନ୍ଦେହ ଜନକ ଭାବେ ଗାଧେଇବା ଘରୁ ଯୁବତୀ ର ମୃତ ଶରୀର ଉଦ୍ଧାର କଲା ବାଲିଗୁଡା ଥାନା ପୋଲିସ l ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ର ପଣସପଡ଼ି ସାହିରେ । ସୂଚନା ମୁତାବକ ପଣସପଡ଼ି ଠାରେ ଭଡା ଘରେ ଈପସିତା ପଟନାୟକ ନାମକ ଚିବିଶି ବର୍ଷୀୟା ଯୁବତୀ ନିଜ ପରିବାର ସହିତ ରହୁଥିଲେ। ଆଜି ହଠାତ ଘର ଲୋକ ଈପସିତା ର ମୃତ ଶରୀର ଗାଧେଇବା ଘରୁ ପାଇ ବାଲିଗୁଡା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ବାଲିଗୁଡା ଥାନା ପୋଲିସ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ କରିବା ନିମନ୍ତେ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ତଦନ୍ତ ଜାରି ରଖିଛନ୍ତି । ଏନେଇ ବାଲିଗୁଡା ଥାନାରେ ଏକ ମାମଲା ସଂଖ୍ୟା ୨୧/୨୪ ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ।

What's Your Reaction?

like

dislike

love

funny

angry

sad

wow