ସାମ୍ୱାଦିକ ଙ୍କ ମାତୃ ବିୟୋଗ

ସୁବର୍ଣ୍ଣପୁର:୧୭/୧୦(ଲୋକ ଆବାଜ. ଇନ, ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୋନପୁର ଜିଲ୍ଲାର ସାମ୍ବାଦିକ ତଥା ସମୟ ଖବର କାଗଜ ର ଜିଲ୍ଲା ପ୍ରତିନିଧି ସହଦେଵ ମେହେରଙ୍କ ମା ଅନୁରୀ ମେହେରଙ୍କ ୯୬ ବର୍ଷ ବୟସରେ ୧୭ ତାରିଖ ଭୋର ସକାଳ ୩ ଟା ରେ ତାଙ୍କ ନିଜ ବାସ ଭବନ ବୀରମହାରାଜପୁର ସ୍ଥିତ ହନୁମାନପାଲି ଠାରେ ବିୟୋଗ ହୋଇଯାଇଛି। ଶ୍ରୀମତୀ ମେହେର ଜଣେ ଜଣେ ମେଳାପି ଓ ଧର୍ମ ପରାୟଣ ମହିଳା ଭାବେ ଏ ଅଞ୍ଚଳ ରେ ଜଣା ଶୁଣl ଥିଲେ l ସ୍ଥାନୀୟ ନୂଆପାଲି ନଦୀ ଘାଟ ଠାରେ ତାଙ୍କର ଅନ୍ତିମ୍ ସଂସ୍କାର କରାଯାଇ ଥିବାବେଳେ ବଡପୁଅ ରାଧାମୋହନ ମେହେର ମୁଖାଗ୍ନି ଦେଇଥିଲେ। ସୋନପୁର ଓ ବିରମହlରାଜ୍ ପୁର ର ବହୂ ସାମ୍ୱାଦିକ ଓ ମନ୍ୟ ଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟl ମେହେର ଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ମୃତ୍ୟୁ ଶଯ୍ୟା ପାଖରେ ସାନ ପୁଅ ସହଦେଵ ମେହେର ବଡ଼ ନାତି ଗଣେଶ ମେହେର, ଗୋପାଳ ମେହେର, ସୁବ୍ରତ ମେହେର, ସୌମ୍ୟରଞ୍ଜନ ମେହେର ତଥା ପରିବାର ବର୍ଗ , ଆତ୍ମୀୟ ସ୍ୱଜନ ସମସ୍ତେ ଉପସ୍ଥିତ ଥିଲେ।
What's Your Reaction?






