ଲୋକ ଆବାଜ ଚେନାଲ ର ଉଦଘାଟନ ଉତ୍ସବ

ରିଷିଡା (ଲୋକ ଆବାଜ, ଇନ ) - ଆଜି ସନ୍ଧ୍ୟାରେ ଲୋକ ଆବାଜ ୱେବ ଚାନେଲ ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଲୋକ ଆବାଜ ର ଅଧ୍ୟକ୍ଷ ନରୋତ୍ତମ ସେଲମାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରିଷିଡା ସରପଞ୍ଚ ସେବତୀ ରଣା, ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ରିଷିଡା ସମିତି ସଭ୍ୟ ନିମାଇଁ ଚରଣ ବେହେରା, ବନପାଳ ସମ୍ପଦ କୁମାର ଅତିଥି ଭାବେ ଯୋଗଦେଇ ଚେନାଲ ଉନ୍ମୋଚନ କରିଥିଲେ l ମୁଖ୍ୟ ସମ୍ପାଦକ ହେମନ୍ତ ସାହୁ ଲୋକ ଆବାଜର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋଜପାତ କରିଥିଲେ l
ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷବିତ ଅଶୋକ କୁମାର ତ୍ରିପାଠୀ, ନାଟ୍ୟକାର ଭାଗିରଥି ଷଡ଼ଙ୍ଗୀ, ସାମ୍ବାଦିକ କମ୍ବୁପାଣି ସାହୁ ବକ୍ତବ୍ୟ ରଖିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ସାମ୍ବାଦିକ ଭଜଶ୍ୟାମ ସାହୁ, ସତ୍ୟନାରାୟଣ କୁମାର, ସତ୍ୟବ୍ରତ ବଗର୍ତି, ସୋନୁ ରଣା, ବବଲୁ ଦଣ୍ଡସେନା, ବୈକୁଣ୍ଠ ପରୁଆ ପ୍ରମୁଖ ସହଯୋଗ କରିଥିଲେ l
What's Your Reaction?






