ଶାନ୍ତି କମିଟି ଗଠନ ନିମିତ୍ତ ପ୍ରସ୍ତୁତି ସଭା

Sep 30, 2024 - 23:06
 0  24
ଶାନ୍ତି କମିଟି ଗଠନ ନିମିତ୍ତ ପ୍ରସ୍ତୁତି ସଭା

ନୂଆପଡା; ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସଭାଗୃହରେ ଆମ ପୋଲିସ ସମିତି ଆବାହକ ବୋଡ଼େନ ଆଇ ଆଇ ସି ଗୋବିନ୍ଦ ମାଝୀଙ୍କ ଆହ୍ବାନ ଓ ଯୋଗାଯୋଗ କ୍ରମେ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ କୁମାରଙ୍କ ପୌରହିତ୍ୟରେ ଶାନ୍ତି କମିଟି ଗଠନ ନିମନ୍ତେ ଏକ ସଭା ଆୟୋଜିତ ହୋଇଥିଲା।ବି ଡି ଓ ପ୍ରିୟରଞ୍ଜନ କୁମାର,ତହସିଲଦାର ସରିତା ଗୁପ୍ତା, ଆଇ ସି ଗୋବିନ୍ଦ ମାଝୀ,ଜି ପି ଡି ଓ ପ୍ରଫୁଲ୍ଲ କୁମାର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ ।ବର୍ତ୍ତମାନ ସମାଜରେ ଦେଖା ଦେଉଥିବା ସାମ୍ପ୍ରଦାୟିକ ପରିସ୍ଥିତି,ଗାଁ ଗାଁ ରେ ଲୁଚି ରହିଥିବା ଜାତିଆଣ ଭାବ,ସାମାଜିକ ଗୋଷ୍ଠୀ କନ୍ଦଳ,କୁସଂସ୍କାର ଓ ଅନ୍ଧ ବିଶ୍ଵାସର ଶିକାର ହୋଇ ଦଳଗତ ଝଗଡ଼ା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା ।ବିଭିନ୍ନ ସାମାଜିକ ବ୍ୟାଧିରୁ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଗଲା ।ଉପରୋକ୍ତ ସମସ୍ତ ସମସ୍ୟା ଗୁଡ଼ିକ ପାଇଁ ଅନେକ ଝଗଡ଼ା ଝାଟି ହୋଇ ଥାନାର ଦ୍ବାରସ୍ଥ ହେବାକୁ ପଡ଼ିଥାଏ ତେଣୁ ସବୁ ସମସ୍ୟାର ସମାଧାନ ଲାଗି ସରକାର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ତଥା ପୋଲିସ ପକ୍ଷରୁ ଜନସାଧାରଣ ଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ ନିମନ୍ତେ ଏହି ପ୍ରୟାସ କରାଯାଉଛି ।ଶାନ୍ତି କମିଟିର ଲକ୍ଷ୍ୟ ହେଉଛି କମିଟି ମାଧ୍ୟମରେ ଯୋଗାଯୋଗ କରି ଅବା କଥାବାର୍ତ୍ତା କରି ସମାଜରେ ଘଟି ଚାଲିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ଗୁଡ଼ିକର ସମାଧାନ କରିବା ଏବଂ ସମାଜରେ ସାମାଜିକ ହିଂସାକାଣ୍ଡ ନ ଘଟିବା ପାଇଁ ନିୟମିତ ପ୍ରୟାସ ଜାରି ରଖିବା ।ଆଜିକାର ଏହି ସଭାରେ ପୋଲିସ ପକ୍ଷରୁ ଆଇ ଆଇ ସି ଗୋବିନ୍ଦ ମାଝୀ,ଏସ ଆଇ ମଞ୍ଜୁଲତା ଖଡେଙ୍ଗା,ଏସ ଆଇ ଜିତୁ ମହାନନ୍ଦ, ଏ ଏସ ଆଇ ରାମେଶ୍ବର ବାଗ, ଏ ଏସ ଆଇ କେଦାର ମାଝୀ, ଏ ଏସ ଆଇ ସୁରତ ମାଝୀ ,ନରେନ୍ଦ୍ର ବେମାଲ,ହାବିଲଦାର କୃତିବାସ ପାନ,ଅନ୍ୟାନ୍ୟ ପୋଲିସ ଷ୍ଟାଫ ,ବି ଜେ ପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅତିନ୍ଦ୍ର ଜିତ୍ ସିଂ ମଲ୍ଲିକ,ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ରାଜ ନାଗ,ଜିଲ୍ଲାପରିଷଦ ପ୍ରତିନିଧି ରାଜୁ ସିଂ ମାଝୀ, ଆଇନଜୀବୀ ଯୋଗେନ୍ଦ୍ର ନାଥ ମାଝୀ,ସରପଂଚ ରଶ୍ମିତା ଶିନ୍ନା , ଆଇନଜୀବୀ ବିଭୂତି ଭୂଷଣ ଷଡ଼ଙ୍ଗି,ସୁପରିଚିତ ସମାଜ ସେବୀ ଫାରୁକ୍ ମହମ୍ମଦ,ସରପଂଚ ଗମ୍ଭୀର ତାଣ୍ଡି, ସମାଜ ସେବୀ ସୌଦାଗର ସାହୁ,ସ୍ବେଚ୍ଛାସେବୀ ମଙ୍ଗଳ ସିଂ ମାଝୀ,ଦିବାନ ଦୀପ,ଶିକ୍ଷାବିତ ରୋହିତ କୁମାର ସାମନ୍ତ,ଅବସରପ୍ରାପ୍ତ ବନପାଲ ପର୍ଶୁରାମ ସେଠିଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ବୁଦ୍ଧିଜୀବୀ ସଭାରେ ଯୋଗଦାନ କରି ନିଜ ନିଜ ମତାମତ ରଖିଥିଲେ ।ସମସ୍ତଙ୍କ ମତ ଅନୁସାରେ ଆସନ୍ତା ଅକ୍ଟୋବର ୨୭ ତାରିଖ ଦିନ ବ୍ଲକ ସ୍ତରୀୟ ଶାନ୍ତି କମିଟି ଗଠନ କରିବାକୁ ସ୍ଥିର କରାଗଲା ।ଜି ପି ଡି ଓ ପ୍ରଫୁଲ୍ଲ କୁମାର ନାଏକ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ

What's Your Reaction?

like

dislike

love

funny

angry

sad

wow