ଶାରୀରିକ ଶିକ୍ଷା ଶିକ୍ଷକ ଙ୍କ ଶାରୀରିକ ନିର୍ଯ୍ୟାତନା- ତଦନ୍ତ ନ ହେଉ ବାଟବଣା

Physical torture by PET

Aug 24, 2024 - 20:47
Aug 24, 2024 - 20:56
 0  19
ଶାରୀରିକ ଶିକ୍ଷା ଶିକ୍ଷକ ଙ୍କ ଶାରୀରିକ ନିର୍ଯ୍ୟାତନା- ତଦନ୍ତ ନ ହେଉ ବାଟବଣା

ଶାରୀରିକ ଶିକ୍ଷା ଶିକ୍ଷକ ଙ୍କ ଶାରୀରିକ ନିର୍ଯ୍ୟାତନା- ତଦନ୍ତ ନ ହେଉ ବାଟବଣା 

ùiû^_êe,ùfûKþ @ûaûRþ. A^þ(cù^ûe¬^ Zò_ûVú)

 ଜବାହାର ନବୋଦୟ ବିଦ୍ୟାଳୟ  ତରଭା ରେ ଦଶମ ଶ୍ରେଣୀର ଜଣେ ଛାତ୍ର କରନ ସାହୁ ସ୍କୁଲ୍ ରେ ନିର୍ଯାତନା ହେବା ପରେ ଜରୁରୀ କାଳୀନ ଫୋନ ନ ୧୦୯୮ କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ l ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚାଇଲ୍ଡ ହେଲ୍ପ ଲାଇନ  ସୁଜିତ କୁମାର ମିଶ୍ର  କଲ୍ ରିଶିଭ ପରେ ଶିଶୁ ସୁରକ୍ଷା କଲ୍ୟାଣ ସମିତି ଙ୍କୁ ପତ୍ର  ମାଧ୍ୟମରେ ତୁରନ୍ତ ଜଣlଇଥିଲେ । ଯୁଗ୍ମ କମିଟି ସଂକର୍ଷଣ ପଣ୍ଡା ଅଧକ୍ଷ୍ୟ ଶିଶୁ ମଙ୍ଗଳ ସମିତି , ଶାନ୍ତନୁ କୁମାର କର୍ଣ୍ଣ, ଶିଶୁ ମଙ୍ଗଳ ସମିତି, ହେମନ୍ତ କୁମାର ସା, ଶିଶୁ କଲ୍ୟାଣ ସମିତି ର ସଦସ୍ୟ, ସୁଜିତ କୁମାର ମିଶ୍ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚାଇଲ୍ଡ ହେଲ୍ପ ଲାଇନ ସୁବର୍ଣ୍ଣପୁର  ସୁଧୀର କୁମାର ଦାସ,  କାଉନ୍ଶିଲର , ଚାଇଲ୍ଡ ହେଲ୍ପ ଲାଇନ ,ସୁବର୍ଣ୍ଣପୁର  ପ୍ରଶାନ୍ତ ମାହାକୁଡ କାଉନସିଲର, ଡିସିପିଓ ସୁବର୍ଣ୍ଣପୁର ଙ୍କ ମିଳିତ ଉଦ୍ୟମରେ ନବୋଦୟ ବିଦ୍ୟାଳୟକୁ ଯାଇ ଉକ୍ତ ଶିଶୁ  କୁ ପୁରା ଘଟଣା ବିଷୟ ରେ ପଚାରି ବୁଝିଥିଲେ। ଶାରୀରିକ ଶିକ୍ଷା ଶିକ୍ଷକ ମନମହୋନ ପଟେଲ ତାର ଚୁଟିକୁ ଟାଣି ଘୋଷାଡି ନେଇ ଭଙ୍ଗା କାଚ ପଡିଥିବା ଡ୍ରେନ ରେ ପକେଇବାକୁ ଚେଷ୍ଟା କରୁଥିବା ବେଳେ  ଶିଶୁ ଟି ଶିକ୍ଷକଙ୍କ  ଠୂ ଛଡେଇ ହେବାକୁ ଯାଇ ତଳେ ପଡି ଯାଇଥିଲା l ଯେଉଁଥିରେ କି ମୁଣ୍ଡରେ ଭୀଷଣ ଆଘାତ ଲାଗିଛି ଓ  ଶିଶୁ ର ମୁଣ୍ଡ ବୁଲେଇବା ସହ ବାନ୍ତି ଲାଗିବା କଥା  ଅଭିଯୋଗ କରିଥଲେ ଉକ୍ତ କମିଟି କୁ l କମିଟି ତୁରନ୍ତ ଭୀମ ଭୋଇ ଚିକିତ୍ସାଳୟକୁ ପୀଡିତ  କରନ୍ ଙ୍କୁ ସ୍ଥାନତାରିତ କରିବାକୁ ପରାମର୍ଶ ଦେଇଥିଲେ। ଯୁଗ୍ମ କମିଟି ଆଗରେ ଛ।ତ୍ର / ଛାତ୍ରୀ ମାନେ ସ୍ବେଚ୍ଛା କୃତ ଭାବେ କହିଥିଲେ ଯେ ଶିକ୍ଷଙ୍କ ଏହି ପରି ଅଭ୍ଯାସ ଆଗରୁ ମଧ୍ୟ  ରହିଛି । ଏବଂ ବିଦ୍ୟାଳୟ ର ହାଉସ ଫାଦର ପିଲାମାନଙ୍କୁ ଡରେଇ ଧମକେଇ କାହାକୁ ନ ଜଣେଇବାକୁ ତାଗୀଦ କରନ୍ତି ବୋଲି କହିଥିଲେ l ଏଣୁ  ତଦନ୍ତ କୁ ବାଟବଣା ନ କରି ଏହାର ତୁରନ୍ତ ତଦନ୍ତ ହୋଇ ଏହି ଶିକ୍ଷକ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠନ ପାଇଁ ଛାତ୍ର ଛାତ୍ରୀ ଅଭିଭାବକ ଏବଂ ଜନସାଧାରଣ  ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି

What's Your Reaction?

like

dislike

love

funny

angry

sad

wow