ଶିକ୍ଷକ ଙ୍କ ଜୁଲମ, ମୁହଁ ଖୋଲିଲେ ଚାକିରି ରୁ ବାହାର କରିଦେବାର ଧମକ।

ମାଲକାନଗିରି:ଲୋକ ଆବାଜ. ଇନ (ଅବଦୁଲ ଗାନି ଙ୍କ ରିପୋର୍ଟ)
ମାଲକାନ ଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଚିତ୍ରକୋଣ୍ଡାବ୍ଲକ ପଣସପୁଟ ସଦର ମହକୁମାରେ ଦେଖିବାକୁ ମିଳିଛି ଏକ ଦୁଃଖର କାହାଣୀ ଏଇ କିଛି ମାସ ପୂର୍ବରୁ ସ୍କୁଲ ରେ ନୂତନ ଭାବରେ ଆସିଥିବା ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ରଥ ଙ୍କ ଜୁଲମ କୁ ସହି ନ ପାରି ସେହି ସ୍କୁଲର ଜଣେ ମହିଳା ରୋଷେୟା ଗତ ତା ୧୯/୦୯/୨୦୨୪ରିଖ ଦିନ ମାଲକାନ ଗିରି ଜିଲ୍ଳା ପାଳଙ୍କୂ ଭେଟି ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଆଧାର ରେ ଆଜି ଜିଲ୍ଲାପାଳ ଏକ ଦୁଇଜଣିଆ ଟିମ୍ କୁ ତଦନ୍ତ ନିମନ୍ତେ ପଠାଇ ଥିଲେ । ଉକ୍ତ ଟିମ୍ ରେ ମାଲକାନ ଗିରି ଜିଲ୍ଲାର ଡି ଡବ୍ଲ୍ୟୁ ଓ ଏ ଡବ୍ଲ୍ୟୁ ଦୁଇ ଜଣ ଥିଲେ । ମହିଳା ରୋଷେୟା ଙ୍କ ଅଭିଯୋଗ ଆଧାର ରେ ତଦନ୍ତ କରି ସମସ୍ତ ତତ୍ୟ ସଠିକ ପାଇଥିବା ବେଳେ ଆଗକୁ କଣ ପଦକ୍ଷେପ ନେବେ ତାହା ଦେଖିବାର ବାକି ।ଏଠି ଆମେ କହି ରଖିବାକୁ ଚାହୁଁ ଯେ ତଦନ୍ତ କାରି ଓଫିସର ଫେରି ଯିବା ପରେ ପୁନର୍ବାର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରଥ ଜଣେ ରୋଷେୟା କୁ ଡାକି ତମ ଚାରି ଜଣ କୁ ମୁଁ କେସ୍ କରି କୋର୍ଟ ପର୍ଯ୍ୟନ୍ତ ନେବି ଡିଡବ୍ଲ୍ୟୁ କି ଜିଲ୍ଲାପାଳ ମୋର କିଛି କରି ପାରିବେ ନାହିଁ ବୋଲି ଧମକ ଦେଇଥିବା ରୋଷେୟା ଜଣକ ପ୍ରକାଶ କରିଛନ୍ତି।ଗତ ଦିନ ରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ରଥ ମହିଳା ରୋଷେୟା ଙ୍କୁ ଦୁର୍ବ୍ୟବହାର, ସ୍କୁଲ ର ସମସ୍ତ ରୋଷେୟା ମାନଙ୍କୁ ମନଇଛା କାମ ରେ ଲଗାଇବା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ର ବିଭିନ୍ନ କାମରେ ଲଗାଇବା ସହ ନୂତନ ଭାବରେ ଜଇନ୍ ହୋଇ ଥିବା ପିଲାମାନଙ୍କ ଠାରୁ ଛେଳି କୁକୁଡା ଆଦାୟ କରାଯାଇଥିବା ଏବଂ ଗ୍ରୀଷ୍ମ ଅବକାଶ ସମୟ ରେ ପିଲାମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଇଥିବା ଷ୍ଟାଇପେଣ୍ଟ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ କରିଥିଲେ ଏ ସବୁ ବିଷୟରେ ସେହି ସ୍କୁଲର ହିନ୍ଦୀ ଶିକ୍ଷକ ଓ ମେଟ୍ରନ ମଧ୍ଯ ପ୍ରଧାନ ଶିକ୍ଷକ ଙ୍କ ସହ ଯୋଡିତ ଥିବା ର ସୂଚନା ରହିଛି ତେବେ ଜିଲା ପ୍ରଶାସନ ଆଗକୁ କଣ ପଦକ୍ଷେପ ନେବେ ନା ସଲାସୁତୁରା ରେ ଏହାକୁ ବନ୍ଦ କରିଦେବେ ତାହା ଦେଖିବାର ବାକି।
What's Your Reaction?






