ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାରେ ଯୋଗ୍ୟ ଆଦିମ ଜନଜାତିଙ୍କୁ ସାମିଲ ଓ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମୀକ୍ଷା ବୈଠକ ଏବଂ ସାମ୍ୱାଦିକ ସମ୍ମିଳନୀ l

Sep 26, 2024 - 06:49
 0  13
ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାରେ ଯୋଗ୍ୟ ଆଦିମ ଜନଜାତିଙ୍କୁ ସାମିଲ ଓ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମୀକ୍ଷା ବୈଠକ ଏବଂ ସାମ୍ୱାଦିକ ସମ୍ମିଳନୀ l

ନୂଆପଡା : ଲୋକ ଆବାଜ୍.ଇନ୍(ରାମ ନାଥ ପଣ୍ଡା ଙ୍କ ରିପୋର୍ଟ)

ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାରେ ଜିଲ୍ଲାର ସମସ୍ତ ଯୋଗ୍ୟ ଆଦିମ ଜନଜାତି, ଆଦିବାସୀ ମାନଙ୍କୁ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଏବଂ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଂଚଳର ଅନୁସୂଚିତ ଜନଜାତି ବହୁଳ ଗ୍ରାମ ଗୁଡିକରେ ସରକାରଙ୍କ ଦ୍ଵାରା ପ୍ରଣିତ ବିଭିନ୍ନ ଯୋଜନା ଗୁଡିକର ପରିପୂର୍ଣ୍ଣତା ଦ୍ଵାରା ସମ୍ପ୍ରଦାୟର ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନା ଆରମ୍ଭ ହୋଇଛି l ୧୭ ଗୋଟି ବିଭାଗ ଦ୍ଵାରା ପ୍ରାୟୋଜିତ ୨୫ ଟି କାର୍ଯ୍ୟକ୍ରମ ଦ୍ଵାରା ଉକ୍ତ ଗ୍ରାମ ଗୁଡିକରେ ସରକାରଙ୍କ ଦ୍ଵାରା ଉପଲବ୍ଧ ସୁବିଧା ଗୁଡିକର ପରିପୂର୍ଣ୍ଣତା ଦିଗରେ ସମଯୋଜିତ ଭାବରେ ପଦକ୍ଷେପ ନିଆଯିବ l ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପକ୍କାଘର, ଗମନାଗମନ ସୁବିଧା, ଆତ୍ମନିଯୁକ୍ତି ଯୋଜନା, ତାଲିମ, ଶିକ୍ଷା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ପାଇଁ ବିଶେଷ ଭାବରେ ଧ୍ୟାନ ଦିଆଯିବ l ନୂଆପଡା ଜିଲ୍ଲାର ୨୬୦ ଟି ଗ୍ରାମକୁ ଏହି ଅଭିଯାନରେ ସାମିଲ କରାଯାଇଛି l ନୂଆପଡା ବ୍ଲକର ୩୪, କୋମନାର ୧୨୪ ,ଖରିଆରର ୧୮,ବୋଡେ଼ନର ୭୦, ସିନାପାଲିର ୧୪ ଏହିଭଳି ୨୬୦ ଟି ଗ୍ରାମର ଆଦିମ ଅଧିବାସୀ ମାନେ ଏତଦ୍ୱାରା ଉପକୃତ ହେବେ l ଏହି ମହତ ଉଦ୍ଦେଶ୍ୟ କୁ ଏକ ମିଶନ ହିସାବରେ ନେଇ ଶତ ପ୍ରତିଶତ ସଫଳ କରିବା ପାଇଁ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ଜିଲ୍ଳା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇଙ୍କ ଦ୍ୱାରା ଆହୁତ ଆଜିକାର ବୈଠକରେ ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଡ଼ିଏଫଓ, ଡିଆଇପିଆରଓ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଣ, କୃଷି, ମତ୍ସ୍ୟ, ସମାଜ କଲ୍ୟାଣ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ,ସମସ୍ତ ବ୍ଲକ ମଙ୍ଗଳ ଅଧିକାରୀ ମାନେ ଯୋଗ ଦେଇଥିଲେ l ସଭା ଶେଷରେ ଜିଲ୍ଲାପାଳ ଏହି ସବୁ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow