କଣ୍ଟାମାଳ ବ୍ଲକ ରେ ଜିଲ୍ଲାପାଳଙ୍କ ବିଭିନ୍ନ ପ୍ରକଳ୍ପ ର ପରିଦର୍ଶନ

Oct 22, 2024 - 23:30
 0  25
କଣ୍ଟାମାଳ ବ୍ଲକ ରେ ଜିଲ୍ଲାପାଳଙ୍କ ବିଭିନ୍ନ ପ୍ରକଳ୍ପ ର ପରିଦର୍ଶନ

କଣ୍ଟାମାଳ: ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସୋମବାର କଣ୍ଟାମାଳ ବ୍ଲକ ଖଟଖଟିଆ ଓ ଘିକୁଣ୍ଡି ପଂଚାୟତର ଉଦ୍ୟାନ କୃଷି ବିଭାଗର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଥିଲେ ।କଣ୍ଟାମାଳରେ ଅଭିଯୋଗ ଶୁଣାଣି ଶିବିର ସାରି ଫେରିବା ସମୟରେ ଖଟଖଟିଆ ପଞ୍ଚାୟତ ସଦର ଗ୍ରାମର ସଂଜୀବ ବସ୍ତିଆଙ୍କ ଆମ୍ବ ବଗିଚା, ପିଜୁଳି, ଆତ ବଗିଚା ଆଦି ବୁଲି ଦେଖିବା ସହ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ।ପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ଘୀକୁଣ୍ଡି ପଞ୍ଚାୟତ ପଥରଖଣ୍ଡି ଗ୍ରାମର ସ୍ମରଣିକା ମିଶ୍ରଙ୍କ ଆମ୍ବ, ପିଜୁଳି ବଗିଚା ସହ କୁକୁଡ଼ା ଚାଷ, ଗୋରୁ ପାଳନ, ଓ ଅନ୍ୟାନ୍ୟ ଚାଷ ସବୁ ବୁଲି ଦେଖିବା ସହ ପାଣି ସିଞ୍ଚନ ସହିତ ଆବଶ୍ୟକୀୟ ସମସ୍ତ ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ କଣ୍ଟାମାଳ ବିଡିଓ ସାମି ଜୟଶ୍ରୀ ରେଡ୍ଡୀ, ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଯୋଗେନ୍ଦ୍ର ନାଥ ମହାପାତ୍ର, ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ସେଠୀଙ୍କ ସହ ଅନେକ ଅଧିକାରୀ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow