ବେହେରାପଡା ମାହେଶ୍ୱରୀ ମନ୍ଦିର ଠାରେ ଲମ୍ବସରୀ କେନ୍ଦ୍ର ଡୁମାଳ ସମାଜର ବୈଠକ, ନୂତନ କର୍ମକର୍ତ୍ତା ମନୋନୟନ

Mar 18, 2025 - 07:25
 0  7
ବେହେରାପଡା ମାହେଶ୍ୱରୀ ମନ୍ଦିର ଠାରେ ଲମ୍ବସରୀ କେନ୍ଦ୍ର ଡୁମାଳ ସମାଜର ବୈଠକ, ନୂତନ କର୍ମକର୍ତ୍ତା ମନୋନୟନ

କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ)

                   ରବିବାର କଣ୍ଟାମାଳ ବ୍ଲକ୍ ଲମ୍ବଶରୀପଂଚାୟତ ଅନ୍ତର୍ଗତ ବେହେରାପଡା ମାହେଶ୍ୱରୀ ମନ୍ଦିର ଠାରେ ଲମ୍ବସରୀ କେନ୍ଦ୍ର ଡୁମାଳ ସମାଜର ବୈଠକ ସମ୍ପନ୍ନ ହୋଇ ଯାଇଛି l ବୈଠକରେ ବିଭିନ୍ନ ସାଂଗଠନିକ କାର୍ଯ୍ୟାବଳୀ ବିଷୟରେ ଆଲୋଚନା ହୋଇଥିଲା | ତାହା ସହିତ ଲମ୍ବସରୀ କେନ୍ଦ୍ରର ନୂତନ କର୍ମକର୍ତ୍ତା ମନୋନୟନ କରା ଯାଇଥିଲା l ସଭାପତି ଭାବରେ ସଂଜିତ କୁମାର ଅମାତ୍ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବରେ ଗୋପବନ୍ଧୁ ପ୍ରଧାନ, ସମ୍ପାଦକ ଭାବେ ସରୋଜ ପାତ୍ର ମନୋନୀତ ହୋଇଥିଲେ | ସେହିପରି ଉପଦେଷ୍ଟା ଭାବରେ ପ୍ରମୋଦ ମେଣ୍ଡିଲି, ରବିନ୍ଦ୍ର ପ୍ରଧାନ, ସଚ୍ଚିଦାନନ୍ଦ ପ୍ରଧାନ, ବୃନ୍ଦାବନ ମେଣ୍ଡିଲି ଓ ସୁମନ୍ତ ଅମାତଙ୍କୁ ମନୋନୀତ କରା ଯାଇଥିଲା l ଜିଲ୍ଲା ପ୍ରତିନିଧି ଭାବରେ ପଞ୍ଚାନନ ମେଣ୍ଡିଲି ଓ ସତ୍ୟ ନାରାୟଣ ଦନ୍ତା, ବ୍ଲକ୍ ପ୍ରତିନିଧି ଭାବରେ କୁଶଳେଶ୍ବର କର୍ମୀ ଓ ଲୋଚନ ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା | ସେହିପରି ମନ୍ଦିର କମିଟି, ବିଚାରକ କମିଟି ଆଦି ମଧ୍ୟ ଗଠନ କରା ଯାଇଥିଲା l ଉକ୍ତ ବୈଠକରେ କେନ୍ଦ୍ର ଅନ୍ତର୍ଗତ ସଦସ୍ୟ ପରିବାରର ସଦସ୍ୟ ମାନେ ଯୋଗ ଦେଇଥିଲେ | ପ୍ରାରମ୍ଭରେ ପ୍ରଥମେ ଦେବୀ ମାହେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ଥିଲା l

What's Your Reaction?

like

dislike

love

funny

angry

sad

wow