ସଇଁତଲାରେ ବିଜେପି ଦଳର ସାଙ୍ଗଠନିକ ବୈଠକ , ନୂତନ ସାଂସଦ ପ୍ରତିନିଧି ଗଦାଧର ବଗର୍ତି ଙ୍କୁ ସମ୍ବର୍ଦ୍ଧନା

Mar 12, 2025 - 15:54
 0  69
ସଇଁତଲାରେ ବିଜେପି ଦଳର ସାଙ୍ଗଠନିକ ବୈଠକ , ନୂତନ ସାଂସଦ ପ୍ରତିନିଧି ଗଦାଧର ବଗର୍ତି ଙ୍କୁ ସମ୍ବର୍ଦ୍ଧନା

ସଇଁତଲା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ସେଲମା)
ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସଇଁତଲା ବ୍ଲକ ବିଜେପି କମିଟି ତରଫରୁ ସାଙ୍ଗଠନିକ ବୈଠକ ସହ ନୂତନ ସାଂସଦ ପ୍ରତିନିଧି ଗଦାଧର ବଗର୍ତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି  l ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବିଜେପି ମଣ୍ଡଳ ସଭାପତି ଦର୍ଶନ ପ୍ରଧାନ ଙ୍କ ସଭାପତିତ୍ୱ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ବିଜେପି ନେତା ମହେନ୍ଦ୍ର ଠାକୁର , ଆଇନଜୀବି ଗୌର ରାଜପଲିଆ, ଗୋପାଳ ବାବୁ, ଟିକ୍ରାପଡା ମଣ୍ଡଳ ସଭାପତି ବାସୁଦେବ ଚୌହାନ, ଉମେଶ ଭୋଇ, ବରିଷ୍ଠ ସଦସ୍ୟ ଶତ୍ରୁଘନ ମାଝୀ  ପ୍ରମୁଖ ଯୋଗଦାନ କରି ସଂଗଠନକୁ ମଜଭୁତ କରିବା ସହିତ ଆଗାମୀ ପଞ୍ଚାୟତସ୍ତରୀୟ ନିର୍ବାଚନରେ ସମସ୍ତ ଏକଜୁଟ ହୋଇ ଜିଲ୍ଲା ପରିଷଦ ସଦସ୍ୟ ରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟସଭ୍ୟା, ୱାର୍ଡ ମେମ୍ବର ପର୍ଯ୍ୟନ୍ତ ବିଜୟୀ କରିବା ସହ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବା ଯୋଗୁଁ ଅଞ୍ଚଳର ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ  l ଏପରିକି ବିଧାୟକ ନୋମିନି କିମ୍ବା ପୂର୍ଵତନ ସାଂସଦ ପ୍ରତିନିଧି ମଧ୍ୟ ବୈଠକରେ ଅନୁପସ୍ଥିତ ଥିବା ସହ କେତେକ ବ୍ୟକ୍ତି ବିଧାୟକ ଓ ସାଂସଦ ଙ୍କ ଲୋକ କହି ଦଳକୁ ବିଭ୍ରାନ୍ତ କରୁଛନ୍ତି ବୋଲି ବରିଷ୍ଠ ବିଜେପି ନେତା ବତୁ ସିଂ ବାବୁ  କ୍ଷୋଭ ପ୍ରକାଶ କରିଥିଲେ  l ଏହି ଅବସରରେ ନୂତନ ସାଂସଦ ପ୍ରତିନିଧି ଗଦାଧର ବଗର୍ତିଙ୍କୁ ବ୍ଲକ ବିଜେପି ଦଳ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା  l ଏ ନେଇ ସାଂସଦ ପ୍ରତିନିଧି ଶ୍ରୀ ବଗର୍ତି ରାଜ୍ୟ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ସାଂସଦ ସଂଗୀତା ସିଂ ଦେଓ, ବିଧାୟକ ନବୀନ ଜୈନ, ଜିଲ୍ଲା ସଭାପତି ଶ୍ରୀ ବେହେରା ଓ ମହେନ୍ଦ୍ର ଠାକୁର ଙ୍କୁ ଧନ୍ୟବାଦ ଜ୍ଞାପନ ପ୍ରଦାନ କରିଥିଲେ  l ଏହି ଉତ୍ସବରେ ପୂର୍ଵତନ ସରପଞ୍ଚ ଦୃତୀୟା ପ୍ରଧାନ, ଚନ୍ଦାଚରଣ ବେହେରା, ସୁରେଶ ଦନ୍ତା, ମହେନ୍ଦ୍ର ଅମାତ, ସୁବାସ ବେହେରା, ସୁଶୀଲ ସାହୁ, ମଣ୍ଟୁ ସାହୁ, ପରମେଶ୍ୱର କର୍ମୀ, ରାମେଶ୍ୱର ସାହୁ, ବାଲି ଭୋଇ, ତପନ ବେହେରା, ମଦନ ପ୍ରଧାନ, ଗୌର ରଣା, ସରୋଜ ସାହୁ, ବିରଞ୍ଚି ପଟେଲ, ଶଶିକାନ୍ତ ଭୋଇ, ଯୁବରାଜ ବଗର୍ତିଙ୍କ ସମେତ ୨୨ ଗୋଟି ପଞ୍ଚାୟତର ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ମାନେ ସାମିଲ ହୋଇଥିଲେ  l

What's Your Reaction?

like

dislike

love

funny

angry

sad

wow