କ.ନୂଆଗାଁ ସି.ଡି.ପି.ଓ ଙ୍କ ଅକାଳ ବିୟୋଗ

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକର ସିଡିପିଓ କୌଶଲ୍ୟା ମିର୍ଦାଙ୍କ କଟକ ବଡ଼ ମେଡିକାଲରେ ମଙ୍ଗଳବାର ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ସେ ଗତ କିଛିମାସ ହେଲା ମଧୁମେହ, ଉଚ୍ଚ ରକ୍ତ ଚାପ ଓ କ୍ୟାନ୍ସର ଜନିତ ଦୁରାରୋଗ ରେ ପୀଡିତ ଥିଲେ। କୌଶଲ୍ୟାଙ୍କ ଘର ମାଲକାନଗିରି ଜିଲ୍ଲାରେ । ସେ ପଦୋନ୍ନତି ପାଇବା ପରେ କ.ନୂଆଗାଁ ବ୍ଲକରେ ସି ଡି ପି ଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତାଙ୍କର ଅକାଳ ମୃତ୍ୟୁରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟ ଲକ୍ଷ୍ମୀ ବେହେରା, ବାଲିଗୁଡା ଓ କ ନୂଆଗାଁ ଦାଇତ୍ୱ ରେ ଥିବା ସି ଡ଼ି ପି ଓ କ୍ରୀଷ୍ଣା ପଣ୍ଡା ଓ ସମସ୍ତ ସହ କର୍ମୀ, ବ୍ଲକ ବିଡ଼ିଓ, ସୁପ୍ରଭାଇଜର, ଅଙ୍ଗନବାଡି କର୍ମୀ ପ୍ରମୁଖ ଗଭୀର ଶୋକ ବ୍ୟକ୍ତି କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସ୍ବର୍ଗତ କୌଶଲ୍ୟା ମିର୍ଦ୍ଧା ଜଣେ ଦକ୍ଷ, ସଚୋଟ, କର୍ମଠ, ଅଫିସର ଭାବେ ପରିଚିତ ଥିଲେ ।
What's Your Reaction?






