ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ଶ୍ରୀବନ୍ତ ମିଶ୍ର ଙ୍କ ଜନ୍ମ ଦିବସ ପାଳନ

ସୋନପୁର : ଲୋକ୍ ଆବାଜ୍.ଇନ୍( ମନୋରଞ୍ଜନ ତ୍ରିପାଠୀ)
ଆଜି ସନ୍ଧ୍ୟା ୬ ଘଣ୍ଟା ରେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ପକ୍ଷରୁ ସଂଘ ର ଉପଦେଷ୍ଟା ତଥା ସୋନପୁର ର ବିଶିଷ୍ଟ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଙ୍କ ୬୮ ତମ ଜନ୍ମତିଥି ପାଳନ କରାଯାଇଛି l ଏହି ଅବସର ରେ ସ୍ୱଚ୍ଛ ଭାରତ ସଂଗଠନ ର କର୍ମକର୍ତା ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୁଭ କାମନା ଜଣାଇ ଶ୍ରୀ ମଲ୍ଲିକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଛି l ସେହିପରି ପଏଁରି ଅନୁଷ୍ଠାନ ପକ୍ଷରୁ ପଏଁରୀ ଠାରେ ଓ ଦିବ୍ୟଊର୍ଯା ଯୋଗ ସମିତି ପକ୍ଷରୁ ହୋଟେଲ୍ ମୁନ ଠାରେ ଆୟୋଜିତ ଜନ୍ମ ଦିନ ଉତ୍ସବ ରେ ମଧ୍ୟ ଶ୍ରୀ ମଲ୍ଲିକ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଜାଇଛି l ରାଜ୍ୟ ପୁରସ୍କାର ପ୍ରାପ୍ତ ଏ ମାଟିର ଗୌରବ ସିନେ ଅଭିନେତା ଗଦାଧର ବାରିକ ଅତିଥି ଭାବେ ଯୋଗ ଦେଇ ଥିଲେ l ସ୍ୱଚ୍ଛ ଭାରତ ପକ୍ଷରୁ ବରିଷ୍ଠ ସ୍ବେଛାସେବୀ ଗଣେଶ ମିଶ୍ର, ଅବସର ପ୍ରାପ୍ତ ବି ଇ ଓ ପ୍ରତାପ ଦାଶ , ଯୋଗ ଗୁରୁ ମନୋଜ ପଣ୍ଡା ଙ୍କ ଦ୍ଵାରା ଶ୍ରୀ ମଲ୍ଲିକ ଙ୍କୁ ଉପ ଢ଼ୌକନ୍ ଦେଇ ସମ୍ବର୍ଧନା କରାଯାଇ ଥିବା ବେଳେ ପଏଁରୀ ଅନୁଷ୍ଟାନ ର ସଭାପତି ଲଡୁ କିଶୋର ମଲ୍ଲିକ, ସଂପାଦକ ଚୌଧୁରୀ ବିଭାର ଙ୍କ ଦ୍ବାରା ଓ ଯୋଗ ସମିତି ପକ୍ଷରୁ ସଭାପତି ଗୋପାଳ ନେଗୀ ଓ ମହିଳା ସଦସ୍ୟ ଙ୍କ ଦ୍ବାରା ଉପ ଢ଼ୌକନ ଫୁଲ ତୋଡା ଦେଇ ସମ୍ବର୍ଧନା କରା ଯାଇଛି l ସେହିପରି ଯୋଗ ସମିତି ସଂପାଦକ ଶ୍ରିବନ୍ତ ମିଶ୍ର ଙ୍କ ଜନ୍ମ ଦିନ ଅବସର ରେ ହୋଟେଲ୍ ମୁନ ଠାରେ ଏକ ଭବ୍ୟ ଉତ୍ସବ ପାଳନ କରାଯାଇଛି ଓ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଈଥିଲା l ଶ୍ରୀ ମିଶ୍ର ଙ୍କୁ ମଧ୍ୟ ଯୋଗ ସମିତି ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଦୀର୍ଘାୟୁ ଓ ଶୁଭ କାମନା ଦିଆ ଯାଇଛି l ସମସ୍ତ ଅନୁଷ୍ଠାନ ରେ ଆୟୋଜିତ ଏହି ଉତ୍ସବ ମାନଙ୍କ ରେ ସମସ୍ତ୍ ସଭ୍ୟ ଯୋଗ ଦେଇଥିଲେ l
What's Your Reaction?






